Advertisment

ଆଦିବାସୀ ପ୍ରୀତି ଏମିତି : ୨୭ ବର୍ଷ ପରେ ବି ପେସା ନିୟମାବଳୀ ପ୍ରସ୍ତୁତ କରିପାରିନି ଓଡ଼ିଶା

ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଚନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ୮ଟି ରାଜ୍ୟରେ ପେସା ଆଇନ ଓ ରୁଲସ୍ ଲାଗୁ ହୋଇସାରିଛି ।

Tribal

Tribal

Advertisment

ରାଜ୍ୟର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ସମୁଦାୟର ହୋଇଥିଲେ ମଧ୍ୟ ସେମାନଙ୍କୁ ମୌଳିକ ଅଧିକାର ଦେବାରେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ସରଳ ଆଦିବାସୀଙ୍କ ସ୍ୱାର୍ଥ ଓ ବିକାଶ କଥା କହି ସେମାନଙ୍କ ଭୋଟ ହାତେଉଥିବା ରାଜ୍ୟର ବିଜେଡି ସରକାର ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ରହି ସୁଦ୍ଧା ରାଜ୍ୟରେ ପେସା ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରିନି । ୧୯୯୬ ଡିସେମ୍ବର ୨୪ତାରିଖରେ ରାଜ୍ୟରେ ପେସା ଆଇନକୁ ଲାଗୁ କରାଯିବାର ୨୭ବର୍ଷ ପରେ ବି ଏହି ଆଇନକୁ କିଭଳି ଲାଗୁ କରାଯିବ ସେଥିପାଇଁ ଆବଶ୍ୟକ ପେସା ରୁଲସ୍ (ନିୟମାବଳୀ) ପ୍ରଣୟନ କରିବାରେ ଓଡ଼ିଶା ବିଫଳ ହୋଇଛି । ଯେଉଁଥିପାଇଁ ରାଜ୍ୟର ସିଡ୍ୟୁଲ ଏରିଆ ଭାବେ ପରିଚିତ ଅଂଚଳରେ ଆଦିବାସୀମାନଙ୍କୁ ବିଭିନ୍ନ ମୌଳିକ ଅଧିକାରରୁ ବଂଚିତ ହେବାକୁ ପଡ଼ିଛି ।

Advertisment

ସିଡ୍ୟୁଲ ଏରିଆରେ ଥିବା ପ୍ରାକୃତିକ ସମ୍ପଦ, କ୍ଷୁଦ୍ର ଖଣିଜ ସାମଗ୍ରୀ ଉତ୍ତୋଳନ ଲାଇସେନ୍ସ ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ଭଳି ନିଷ୍ପତ୍ତି ନେବାରୁ ଆଦିବାସୀମାନେ ବଂଚିତ ହେଉଛନ୍ତି । ଯଦିଓ କେନ୍ଦ୍ରୀୟ ପେସା ଆଇନରେ ଏସବୁ ବାଧ୍ୟତାମୂଳକ ପ୍ରାବଧାନ  ରହିଛି ତଥା ଆଦିବାସୀମାନେ ଗ୍ରାମସଭା ମାଧ୍ୟମରେ ଏହା ଉପରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ଅଛି । କିନ୍ତୁ ଓଡ଼ିଶାରେ ପେସା ଆଇନକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ପାଇଁ ଆବଶ୍ୟକ ନିୟମାବଳୀର ଅଭାବ ଯୋଗୁ ଆଦିବାସୀମାନେ ନିଜ ମାଟି  ଉପରେ ବି ଅଧିକାର ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି । ଯଦିଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ସମେତ ଗୁଜୁରାଟ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ଏହି ପେସା ଆଇନ ଓ ରୁଲସକୁ ଲାଗୁ କରିସାରିଛନ୍ତି ।

ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଚନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ୮ଟି ରାଜ୍ୟରେ ପେସା ଆଇନ ଓ ରୁଲସ୍ ଲାଗୁ ହୋଇସାରିଛି । ଓଡ଼ିଶାରେ ପେସା ଆଇନ-୧୯୯୬ ଅନୁସାରେ ପଂଚାୟତ ଆଇନର ସଂଶୋଧନ ହୋଇଛି । ତେବେ ପେସା ରୁଲସ୍ ଲାଗୁ ହେବା ପ୍ରକ୍ରିୟା ଏବେ ଜାରି ରହିଛି । ଏହି ରୁଲସ ପ୍ରଣୟନ ହେଲେ ୫ମ ସିଡ୍ୟୁଲ ଅଂଚଳ ଅଧୀନରେ ଥିବା ୧୪ଟି ଜିଲ୍ଲା, ୧୨୨ଟି ବ୍ଲକ ଓ ୨୦୯୯ଟି ପଂଚାୟତକୁ ଅର୍ନ୍ତଭୁକ୍ତ କରାଯିବ । ଏହି ଆଇନ ଅନୁସାରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଗ୍ରାମସଭା ହେବ । ଗତ ୨୦୧୨ ଫେବୃୟାରୀ ୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପେସା ସମ୍ମିଳନୀରେ ଓଡ଼ିଶାରେ ପେସା ରୁଲସ୍ ଲାଗୁ କରିବା ବିଷୟରେ ଆଲୋଚନା ହୋଇଥିଲା ।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ସାଢ଼େ ୪କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୯୬ଲକ୍ଷ ଆଦିବାସୀ ବର୍ଗର ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ୬୮% ଆଦିବାସୀ ଏହି ୫ମ ସିଡ୍ୟୁଲ ଏରିଆରେ ରହୁଛନ୍ତି । ସେହି ଆଦିବାସୀମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ପେସା ଆଇନକୁ କଡ଼ାକଡ଼ି ଲାଗୁ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ସମ୍ବିଧାନ ପ୍ରଦତ୍ତ ଅଧିକାର ଆଦିବାସୀଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ବାରମ୍ବାର ତାଗିଦ୍ କରୁଥିଲେ ମଧ୍ୟ ଓଡ଼ିଶା ସରକାର ସିଡ୍ୟୁଲ ଏରିଆରେ ଥିବା ପ୍ରାକୃତିକ ସମ୍ବଳ ଉପରେ ଆଦିବାସୀଙ୍କୁ ଅଧିକାର ଦେବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ବିଜେଡି ସରକାର ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ପେସା ଆଇନକୁ ସଠିକ୍ କାର୍ଯ୍ୟକାରୀ କରିବା ନିମନ୍ତେ ଏହାର ନିୟମାବଳୀ ଆଣିବାକୁ ସକ୍ଷମ ହୋଇନାହାନ୍ତି । ଯଦିଓ ଦେଶର ଅନ୍ୟ ୮ଟି ରାଜ୍ୟରେ ଏହି ଆଇନ ଓ ନିୟମାବଳୀ କାର୍ଯ୍ୟକାରୀ ହେଉଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଜାତୀୟ ଜନଜାତି କମିଶନ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପେସା ଆଇନ କାହିଁକି ସଠିକ୍ ଭାବେ କାର୍ଯ୍ୟକାରୀ ହେଉନି ଓ ରୁଲସ୍ ପ୍ରଣୟନରେ ମାତ୍ରାଧିକ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Odisha Tribal Issues
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe