Advertisment

ଫେଲ୍‌ ମାରିଲା ଗାଁ କମିଟି ନିଷ୍ପତ୍ତି! ୩୦ ବର୍ଷ ପରେ ପଡ଼ିବ ପଞ୍ଚାୟତ ନିର୍ବାଚନରେ ଭୋଟ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଫେଲ୍‌ ମାରିଲା ଗାଁ କମିଟିର ନିଷ୍ପତ୍ତି! ରୋକ୍‌ଠୋକ୍‌ ଶୁଣାଇଦେଲେ ଗାଁର ଯୁବ ଗୋଷ୍ଠୀ। ପଞ୍ଚାୟତ ନିର୍ବାଚନ କରିବାକୁ ଅଡି ବସିଲେ। ଯାହା ପରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ହେବାକୁ ଯାଉଛି ମତଦାନ। ଦୀର୍ଘ ୩୦ ବର୍ଷ ପରେ ଗାଁ ଲୋକେ ଭୋଟ୍‌ ଦେବେ। ଆଉ ନିଜ ପସନ୍ଦର ପ୍ରାର୍ଥୀ ବାଛିବେ। ଏପରି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ରଙ୍ଗେଇଲୁଣ୍ଡା ବ୍ଲକ୍‌ ଚିକରଡା ପଞ୍ଚାୟତ ପୂର୍ବରୁ ରଣ୍ଢା ପଞ୍ଚାୟତ ଅଧୀନରେ ଥିଲା। […]

ଫେଲ୍‌ ମାରିଲା ଗାଁ କମିଟି ନିଷ୍ପତ୍ତି! ୩୦ ବର୍ଷ ପରେ ପଡ଼ିବ ପଞ୍ଚାୟତ ନିର୍ବାଚନରେ ଭୋଟ୍‌

Ganjam

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଫେଲ୍‌ ମାରିଲା ଗାଁ କମିଟିର ନିଷ୍ପତ୍ତି! ରୋକ୍‌ଠୋକ୍‌ ଶୁଣାଇଦେଲେ ଗାଁର ଯୁବ ଗୋଷ୍ଠୀ। ପଞ୍ଚାୟତ ନିର୍ବାଚନ କରିବାକୁ ଅଡି ବସିଲେ। ଯାହା ପରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ହେବାକୁ ଯାଉଛି ମତଦାନ। ଦୀର୍ଘ ୩୦ ବର୍ଷ ପରେ ଗାଁ ଲୋକେ ଭୋଟ୍‌ ଦେବେ। ଆଉ ନିଜ ପସନ୍ଦର ପ୍ରାର୍ଥୀ ବାଛିବେ। ଏପରି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।

Advertisment

ରଙ୍ଗେଇଲୁଣ୍ଡା ବ୍ଲକ୍‌ ଚିକରଡା ପଞ୍ଚାୟତ ପୂର୍ବରୁ ରଣ୍ଢା ପଞ୍ଚାୟତ ଅଧୀନରେ ଥିଲା। ୧୯୯୨ ମସିହାରେ ଚିକରଡ଼ା ପଞ୍ଚାୟତ ଭାବେ ଗଠିତ ହୋଇଥିଲା। ଆଉ ସେହି ଦିନଠାରୁ ଗାଁରେ ପଞ୍ଚାୟତ ନିର୍ବାଚନ ବେଳେ ହେଉନଥିଲା ପ୍ରତ୍ୟକ୍ଷ ନିର୍ବାଚନ। ଗାଁରେ ଚୟନ କରାଯାଉଥିଲେ ସରପଞ୍ଚ, ସମିତି ସଭ୍ୟ ଓ ୱାଡ୍‌ ମେମ୍ୱର। ଏଥିପାଇଁ ବସୁଥିଲା ବୈଠକ।

ବୈଠକରେ ଗ୍ରାମ ମୁଖିଆ, ସଭାପତି ଓ ଭଦ୍ର ଲୋକମାନେ ଯୋଗଦେଇ ପଞ୍ଚାୟତରେ କିଏ ହେବେ ସରପଞ୍ଚ, ସମିତି ସଭ୍ୟ ଓ ୧୧ଟି ୱାର୍ଡର ୱାର୍ଡ ମେମ୍ୱର ତାହା ଉପରେ ଆଲୋଚନା ହେଉଥିଲା। ଏହା ପରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବରଙ୍କୁ ଚୟନ କରାଯାଉଥିଲା। ଚୟନ ହୋଇଥିବା ସମସ୍ତ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରୁଥିଲେ। ସେମାନଙ୍କର ସମସ୍ତ ଖର୍ଚ୍ଚ ଗାଁ କମିଟି ବହନ କରୁଥିଲା। ନିର୍ବାଚନରେ ଯେପରି ବିଶୃଙ୍ଖଳା ନହେବ, ସେଥିପାଇଁ ଗାଁ କମିଟି ଏପରି ନିଷ୍ପତ୍ତି ନେଉଥିଲା।

Advertisment

ହେଲେ ଗ୍ରାମ କମିଟିର ଏପରି ନିଷ୍ପତ୍ତିକୁ ଚଳିତବର୍ଷ ବିରୋଧ କରିଛନ୍ତି ଯୁବ ଗୋଷ୍ଠୀ। ପଞ୍ଚାୟତ ନିର୍ବାଚନରେ ମୈଦାନକୁ ଲମ୍ଫ ମାରିବାକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଯେଉଁଥିପାଇଁ ଦୀର୍ଘ ୩୦ ବର୍ଷ ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ମତଦାନ ହେବାକୁ ଯାଉଛି। ଏଥର ଗାଁ ଲୋକେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ। ଆଉ ଚାଲିପାରିବ ନାହିଁ ଗାଁ କମିଟିର ରାଜୁତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଚିକରଡା ପଞ୍ଚାୟତରେ ସରପଞ୍ଚ ଭାବେ ୪ ଜଣ ଓ ସମିତି ସଭ୍ୟ ଭାବେ ୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  ନିର୍ବାଚନ ପାଖେଇ ଆସୁଥିବାରୁ ଜମୁଛି ଗହଳି। ପୋଷ୍ଟର ଓ ବ୍ୟାନ୍‌ରରେ ଛାଇ ହୋଇଯାଇଛି ଗାଁ। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe