Advertisment

୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଖାଲି ଆଖିରେ ଦୃଶ୍ୟମାନ ହେବନି

ଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣକୁ ଦେଖିହେବ ବୋଲି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି

ଅଦ୍ୟତନ ହୋଇଛି
Lunar Eclipse

Lunar Eclipse

Advertisment

ଆସନ୍ତା ୫ତାରିଖ ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମାରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ତେବେ ଏହି ମହାଜାଗତିକ ଦୃଶ୍ୟକୁ ଓଡ଼ିଶାରେ ଖାଲି ଆଖିରେ ଦେଖିବା ସମ୍ଭବପର ହେବନି । ଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣକୁ ଦେଖିହେବ ବୋଲି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Advertisment

ସେ କହିଛନ୍ତି ଯେ, ପୃଥିବୀର ଛାୟା ଦେଇ ଚନ୍ଦ୍ରମା ମେ’ ୫ତାରିଖ ରାତି ୮ଟା ୪୫ମିନିଟରୁ ମେ’ ୬ତାରିଖ ରାତି ୧ଟା ମଧ୍ୟରେ ଅତିକ୍ରମ କରିବ । ଅର୍ଥାତ୍ ପ୍ରାୟ ୪ଘଣ୍ଟା ୧୮ମିନିଟର ଅବଧିର ଏହି ଗ୍ରହଣର ମଧ୍ୟକାଳ ରାତି ୧୦ଟା ୫୨ମିନିଟରେ ହେବ ଓ ଏହି ଚନ୍ଦ୍ରଗ୍ରହଣ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ମହାସାଗର ଅଂଚଳରେ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ସାଧାରଣତଃ ସୂର୍ଯ୍ୟପରାଗ ତୁଳନାରେ ବିଶ୍ୱର ଅଧିକ ଅଂଶରେ ଦୃଶ୍ୟମାନ ହୋଇଥାଏ । କାରଣ ଚନ୍ଦ୍ରମା ତୁଳନାରେ ପୃଥିବୀର ଆକାର ବହୁତ ବଡ଼ ଓ ଏହାର ଛାଇ ମଧ୍ୟ ।

Odisha Lunar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe