Advertisment

୫ବର୍ଷ ପରେ ସାମ୍ବାଦିକଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୁପାରିଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୮ତାରିଖରେ ଏକ ଉତ୍ସବରେ କ୍ରୀଡା଼ କ୍ଷେତ୍ର ନିମନ୍ତେ ଅବଦାନ ଥିବା ଏହି ସାମ୍ବାଦିକ […]

୫ବର୍ଷ ପରେ ସାମ୍ବାଦିକଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

Journalis

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୁପାରିଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୮ତାରିଖରେ ଏକ ଉତ୍ସବରେ କ୍ରୀଡା଼ କ୍ଷେତ୍ର ନିମନ୍ତେ ଅବଦାନ ଥିବା ଏହି ସାମ୍ବାଦିକ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଚୟନ କମିଟି କରିଥିବା ସୁପାରିଶ ଅନୁସାରେ ପୂର୍ବତନ ଭାରତୀୟ ଟିମ୍ ଖେଳାଳୀ ତଥା ଓଡ଼ିଆ କ୍ରିକେଟର ଦେବାଶୀଷ ମହାନ୍ତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ୍ ଟାଇମ୍ ଆଚିଭମେଂଟ୍‌’ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ସେହିପରି ଭାରଉତ୍ତୋଳନକାରୀ ଝିଲି ଦଳବେହେରା, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ‘ଆଉଟଷ୍ଟାଣ୍ଡିଂ ପରଫରମାନ୍ସ’ ନିମନ୍ତେ ପୁରସ୍କୃତ କରାଯିବ । ଆଥଲେଟିକ୍ କୋଚ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ କୋଚିଂ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ ।

ସେହିପରି ପ୍ରାୟ ୫ବର୍ଷ ପରେ କ୍ରୀଡ଼ା କ୍ଷେତ୍ର ପାଇଁ ‘ସାମ୍ବାଦିକତା’ କରୁଥିବା ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିବ । ଦୈନିକ ସମାଜର ସାମ୍ବାଦିକ ବେଣୁଧର ଦାସଙ୍କୁ ଏହି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ନିମନ୍ତେ କମିଟି ସୁପାରିଶ କରିଛି । ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ମିଳିନଥିଲା । ତା’ପୂର୍ବରୁ ୧୯ଜଣ କ୍ରୀଡ଼ା ସାମ୍ବାଦିକଙ୍କୁ ପୁରସ୍କୃତ କରାଯାଇଥିଲା ।

Advertisment

ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ଅଧିକାରୀ ଶୈଳେନ୍ଦ୍ର ଜେନା, ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ, ମିନତୀ ମହାପାତ୍ର, ବିବେକାନନ୍ଦ ତ୍ରିପାଠୀ, ଉମାକାନ୍ତ ମିଶ୍ର ରବିନ୍ଦ୍ର ପଣ୍ଡା, ଅଭିଜିତ୍ ପଲ୍ ଆଦିଙ୍କୁ ନେଇ ଗଠିତ ଚୟନ କମିଟି ଏହି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନିମନ୍ତେ ଉପରୋକ୍ତ ନାମଗୁଡ଼ିକ ସୁପାରିଶ କରିଥିବା ତଥା ଓଡ଼ିଶା ସରକାର ଏହି ନାମଗୁଡ଼ିକ ଉପରେ ସହମତି ଦେଇଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe