୬ ମାସର ବିରତି ପରେ ଆଜିଠୁ ପୁଣି ଗଡ଼ିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍। ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ସ୍ପେଶାଲ ଏକ୍ସପ୍ରେସ୍। କରୋନା ଲକଡାଉନ ପାଉଁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ଆଜିଠାରୁ ପୁଣି ଆରମ୍ଭ ହେଉଛି । ପୂର୍ବତଟ ରେଳପଥରୁ ସମୁଦାୟ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।  ତେବେ ଏହି ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ । ଏଥି ଲାଗି ଶୁକ୍ରବାର ରେଳ ଷ୍ଟେସନରେ ସଫେଇ କାର୍ଯ୍ୟ ସହ ସାନିଟାଇଜ୍ କରାଯାଇଛି […]

Representative Image

Representative Image

Pragnya Choudhury
  • Published: Saturday, 12 September 2020
  • Updated: 12 September 2020, 01:10 AM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍। ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ସ୍ପେଶାଲ ଏକ୍ସପ୍ରେସ୍। କରୋନା ଲକଡାଉନ ପାଉଁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ଆଜିଠାରୁ ପୁଣି ଆରମ୍ଭ ହେଉଛି । ପୂର୍ବତଟ ରେଳପଥରୁ ସମୁଦାୟ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । 
ତେବେ ଏହି ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ । ଏଥି ଲାଗି ଶୁକ୍ରବାର ରେଳ ଷ୍ଟେସନରେ ସଫେଇ କାର୍ଯ୍ୟ ସହ ସାନିଟାଇଜ୍ କରାଯାଇଛି । ଇଷ୍ଟ କୋଷ୍ଟ ରେଲେଓ୍ୱର ସୂଚନା ଅନୁସାରେ ଖୋର୍ଦ୍ଧାରୋଡରୁ ପ୍ରତି ମଙ୍ଗଳ, ଗୁରୁୁ, ଶୁକ୍ର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଟ୍ରେନ୍ ଛାଡ଼ି ଅହମ୍ମଦା ଅଭିମୁଖେ ଯିବ ।
ସେହିପରି ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୫୫ମିନିଟରେ ଛାଡ଼ିବ । ଏପଟେ ରାୟଗଡ଼ା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୮ଟା ୦୫ରେ ବିଶାଖାପାଟଣାରୁ ଛାଡ଼ିବ ।
ସୂଚନାଯୋଗ୍ୟ, ପର୍ଯ୍ୟାୟ କ୍ରମେ ପୂର୍ବତଟ ରେଳପଥରୁ ସମୁଦାୟ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । କରୋନା କଟକଣା ଭିତରେ ଗତ ୬ ମାସ ପରେ ଟ୍ରେନ୍ ଗଡୁଥିବାରୁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ମଧ୍ୟ କରିସାରିଛନ୍ତି । ଲକଡାଉନ୍ ପାଇଁ କାମଧନ୍ଦା ହରାଇବା ପରେ ଏବେ ପୁଣି ରାଜ୍ୟ ବାହାରକୁ ଯାଇ ରୋଜଗାର ପାଇବାକୁ ଆଶା ବାନ୍ଧିଛନ୍ତି ଶ୍ରମିକ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos