Advertisment

ଦାଦନ ଦୁଃଖଠୁ ବଳିଗଲା ଦୁର୍ଘଟଣା, ସ୍ୱାମୀର ଜୀବନ ବଞ୍ଚାଇବାକୁ ଘୂରିବୁଲୁଛି ସ୍ତ୍ରୀ

ସୋର (ନିରଞ୍ଜନ ବେହେରା): ଓଃ କି ଦୁଃଖ। ଦାଦନ ଖଟିବା ଯେତିକି ଦୁଃଖ ଦେଇ ନ ଥିଲା, ତାହାଠୁ ଅଧିକ ଦୁଃଖ ଦେଇଛି ଦୀର୍ଘଦିନ ପରେ ଘରକୁ ଫେରିଥିବା ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିର ଦୁର୍ଘଟଣା ହେବା। ଗୋଟାଏ ପଟେ ଏହି ବ୍ୟକ୍ତି ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ କୋଳରେ ଦୁଇ କୁନିକୁନି ଶିଶୁଙ୍କୁ ଧରି ଲୋକଙ୍କ ସହଯୋଗ ଭିକ୍ଷା କରୁଛନ୍ତି। ଅଭାବ ଅନାଟନରେ ଚଳୁଥିବା ଏକ […]

ଅଦ୍ୟତନ ହୋଇଛି
ଦାଦନ ଦୁଃଖଠୁ ବଳିଗଲା ଦୁର୍ଘଟଣା, ସ୍ୱାମୀର ଜୀବନ ବଞ୍ଚାଇବାକୁ ଘୂରିବୁଲୁଛି ସ୍ତ୍ରୀ

sora-family

Advertisment

ସୋର (ନିରଞ୍ଜନ ବେହେରା): ଓଃ କି ଦୁଃଖ। ଦାଦନ ଖଟିବା ଯେତିକି ଦୁଃଖ ଦେଇ ନ ଥିଲା, ତାହାଠୁ ଅଧିକ ଦୁଃଖ ଦେଇଛି ଦୀର୍ଘଦିନ ପରେ ଘରକୁ ଫେରିଥିବା ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିର ଦୁର୍ଘଟଣା ହେବା। ଗୋଟାଏ ପଟେ ଏହି ବ୍ୟକ୍ତି ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ କୋଳରେ ଦୁଇ କୁନିକୁନି ଶିଶୁଙ୍କୁ ଧରି ଲୋକଙ୍କ ସହଯୋଗ ଭିକ୍ଷା କରୁଛନ୍ତି। ଅଭାବ ଅନାଟନରେ ଚଳୁଥିବା ଏକ ଗରିବ ପରିବାରର ସବୁ ଖୁସି ଚୁରମାର ହୋଇଯାଇଛି। ସେମାନେ ଏବେ ସବୁ ଆଡ଼ୁ ଅସହାୟ ହୋଇପଡ଼ିଛି।

Advertisment

ବାଲେଶ୍ୱର ଜିଲ୍ଲାର ଔପଦା ଥାନା କମାରପାଳ ଗାଁର ବୈକୁଣ୍ଠ ଜେନା ଦୁର୍ଘଟଣାରେ ଗୁରୁତର ହେବା ପରେ ଏବେ ୨୭ ଦିନ ହେବ ଭୁବନେଶ୍ୱରର ଏକ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କୁ ଭଲ କରିବାକୁ ପରିବାର ଲୋକଙ୍କ ପାଖରେ ଥିବା ସବୁ ସମ୍ବଳ ସରିଗଲାଣି। ଏକ ଗୁରୁତର ଅପରେସନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଆବଶ୍ୟକ। ଟଙ୍କା ଯୋଗାଡ଼ରେ ଅସମର୍ଥ ହୋଇ ବୈକୁଣ୍ଠଙ୍କ ପତ୍ନୀ ଓ ବୃଦ୍ଧବସ୍ଥାରେ ପହଞ୍ଚିଥିବା ମା’, ବାପା ଲୋକଙ୍କ ସହାୟତା ଲୋଡ଼ିଛନ୍ତି।

ସୂଚନା ମୁତାବକ, ଛୋଟିଆ ଚାଳଛପର ଘରେ ଅଭାବି ସତ୍ତ୍ୱେ ହସଖୁସିରେ ଚାଲିଥିଲା ବୈକୁଣ୍ଠଙ୍କ ପରିବାର। ସର୍ବଦା ବୃଦ୍ଧ ମା’, ବାପାଙ୍କ ସମେତ ପତ୍ନୀ ଓ ଦୁଇ କୁନି ପିଲାଙ୍କୁ ଖୁସି ରଖିବାକୁ ହାଡ଼ ଭଙ୍ଗା ପରିଶ୍ରମ କରୁଥିଲେ ବୈକୁଣ୍ଠ। ସେ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି। ନିଜ ଅଞ୍ଚଳରେ କାମ ନ ପାଇବାରୁ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

Advertisment

ସେ ୨୭ ଦିନ ତଳେ କାର୍ଯ୍ୟସ୍ଥଳରୁ ଘରକୁ ଆସିଥିଲେ। ପରଦିନ ଭୋରରୁ ଉଠି କୌଣସି ଏକ କାମରେ ବାଇକ୍ ଯୋଗେ ସୋର ଯାଉଥିଲେ। ଦୁର୍ଭାଗ୍ୟକୁ ଘରଠାରୁ ଅଳ୍ପ କିଛି ଦୂରରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ବେଳେ ପ୍ରାତଃ ଭ୍ରମଣରେ ଯାଇଥିବା କିଛି ଯୁବକ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ନେଇଯାଇଥିଲେ। ଖବର ପାଇ ପରିବାର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହି ଡାକ୍ତର ବାଲେଶ୍ୱର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ବାଲେଶ୍ୱର ସଦର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ରୋଗୀଙ୍କୁ ତୁରନ୍ତ କଟକ ନେଇଯିବାକୁ କହିଥିଲେ। ତେଣୁ ତାଙ୍କୁ କଟକ ବଡ ଡାକ୍ତରଖାନା ଆଣିଥିଲେ ପରିବାର ଲୋକେ। ହେଲେ ସେଠାରେ ଡାକ୍ତର ନ ଥିବା କୁହାଯିବା ସହ ଠିକ୍ ଚିକିତ୍ସା ଦିଆଗଲାନି।

ତେଣୁ ପରିବାର ଲୋକେ ବୈକୁଣ୍ଠଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାରେ ଅବହେଳା କରାଯାଇଥିବା ଏଠାରେ ଡାକ୍ତର ପ୍ରକାଶ କରିବା ସହ ଆଇସିୟୁରେ ଭର୍ତ୍ତି କରିଥିଲେ। ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି। ବୈକୁଣ୍ଠଙ୍କ ପତ୍ନୀ ପାଖରେ ସଞ୍ଚିତ ଥିବା ଅର୍ଥ ସମେତ ସୁନାଗହଣା ବିକ୍ରି କରି ଟଙ୍କା ଏକାଠି କରିଥିଲେ। ପରେ ବନ୍ଧୁବାନ୍ଧବଙ୍କ ଠାରୁ ସହାୟତା ରାଶି ଆଣି ଚିକିତ୍ସାରେ ଲଗାଇ ସାରିଲେଣି। ଅଣ୍ଟାରୁ ସବୁ ଟଙ୍କା ଚିକିତ୍ସାରେ ସରିଥିଲେ ହେଁ ବୈକୁଣ୍ଠଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନି। ତାଙ୍କର ଏକ ଗୁରୁତର ଅପରେସନ କରିବାକୁ ଡାକ୍ତର କହୁଛନ୍ତି। ଏଥିପାଇଁ ଡାକ୍ତର ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି।

ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବୈକୁଣ୍ଠଙ୍କ ପରିବାର। ସ୍ଥିତି ଏପରି ହୋଇଛି ଯେ ସମ୍ପର୍କିୟଙ୍କୁ ଦେଖିଲେ ଦୁଃଖର କଥା କହୁ କହୁ ଅଚେତ ହୋଇଯାଉଛନ୍ତି ତାଙ୍କ ପତ୍ନୀ ତିଳୋତ୍ତମା ଜେନା। କୋଳରେ ଦୁଇ ଛୁଆ ଓ ହାତରେ ସ୍ୱାମୀଙ୍କ ଫୋଟୋକୁ ଦେଖାଇ ଆଗକୁ କ’ଣ କରିବେ ବୋଲି ବୁଦ୍ଧି ଦେବାକୁ ନିବେଦନ କରୁଛନ୍ତି। ମାଆ ବେଙ୍ଗୁଲି ଜେନା ଯାହାକୁ ଦେଖୁଛନ୍ତି ପୁଅକୁ ବଞ୍ଚାଇବା ପାଇଁ ବାହୁନି ବାହୁନି କାନ୍ଦିକାନ୍ତି ସହାୟତା ମାଗୁଛନ୍ତି। ଏଭଳି କଷ୍ଟ ପରିସ୍ଥିତିରେ ସେମାନଙ୍କୁ ଗାଁ ଲୋକେ ଧୈର୍ଯ୍ୟ ଦେଇ ଚାଲିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସରକାର ସହଯୋଗ କରନ୍ତେ ତେବେ ବୈକୁଣ୍ଠଙ୍କ ଜୀବନ ବଞ୍ଚି ଯାଇପାରନ୍ତା ବୋଲି ପରିବାର ଲୋକେ ଓ ଗ୍ରାମବାସୀ କହିଛନ୍ତି। ତିଳୋତ୍ତମାଙ୍କ ବ୍ୟାଙ୍କ Account number- 10080110054789, IFSC CODE - UCBA0001008, ଯୋଗାଯୋଗ ନମ୍ବର - 9178554422

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe