Advertisment

ବିଜେପିକୁ ସାହା ହେବକି ବୈଜୟନ୍ତଙ୍କ ଯୋଗଦାନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ୍ ୧୨୦ ପ୍ଲସ୍ ଟାର୍ଗେଟକୁ ହିଟ୍ କରିବା ଲକ୍ଷ୍ୟରେ ଶକ୍ତି ବଢ଼ାଉଛି ବିଜେପି। କିଛି ଦିନ ତଳେ ଦକ୍ଷ ପ୍ରଶାସିକା ଅପରାଜିତା ଆଉ ଏବେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଦଳକୁ ଆଣିବା ପରେ ବିଜେପିର ରାଜନୈତିକ ଟକ୍କର ନୂଆ ସ୍ତରକୁ ଯାଇଥିବା କୁହାଯାଉଛି। ତେବେ ବୈଜୟନ୍ତଙ୍କ ଯୋଗଦାନ ଉପକୂଳରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପିକୁ କିଭଳି ଲାଭ ଦେବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମାର୍ଚ୍ଚ ୪ରେ […]

ଅଦ୍ୟତନ ହୋଇଛି
ବିଜେପିକୁ ସାହା ହେବକି ବୈଜୟନ୍ତଙ୍କ ଯୋଗଦାନ ?

yy

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ୍ ୧୨୦ ପ୍ଲସ୍ ଟାର୍ଗେଟକୁ ହିଟ୍ କରିବା ଲକ୍ଷ୍ୟରେ ଶକ୍ତି ବଢ଼ାଉଛି ବିଜେପି। କିଛି ଦିନ ତଳେ ଦକ୍ଷ ପ୍ରଶାସିକା ଅପରାଜିତା ଆଉ ଏବେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଦଳକୁ ଆଣିବା ପରେ ବିଜେପିର ରାଜନୈତିକ ଟକ୍କର ନୂଆ ସ୍ତରକୁ ଯାଇଥିବା କୁହାଯାଉଛି। ତେବେ ବୈଜୟନ୍ତଙ୍କ ଯୋଗଦାନ ଉପକୂଳରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପିକୁ କିଭଳି ଲାଭ ଦେବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା।

Advertisment

ମାର୍ଚ୍ଚ ୪ରେ ଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ ପଣ୍ଡା। ଆଉ ୬ ତାରିଖରେ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ପୂର୍ବକୁ ସିଧା ନବୀନ ସରକାରଙ୍କୁ ନିଶାନା ସାଧିଛନ୍ତି ସେ। ସେପଟେ ବିଜେପିରେ ବୈଜୟନ୍ତଙ୍କ ଯୋଗଦାନ, କେତେ ପ୍ରଭାବ ପକାଇବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଉପକୂଳରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପି ପାଇଁ ପଣ୍ଡା ସଞ୍ଜିବନୀ ହେବେ ବୋଲି  କୁହାଯାଉଛି । ବିଜେଡି ଆଭ୍ୟନ୍ତରୀଣ ରାଜନୀତିର ଗଣିତକୁ ବେଶ୍ ଭଲ ଭାବେ ବୁଝିଥିବାରୁ ବୈଜୟନ୍ତ ବିଜେପି ଷ୍ଟ୍ରାଟେଜି ପାଇଁ ବେଶ୍ ସହାୟକ ହେବେ ବୋଲି କୁହାଯାଉଛି।

Advertisment

ଚିଟ୍‌ଫଣ୍ଡ ଦୁର୍ନୀତି, ଦୁଷ୍କର୍ମ, ରାଜ୍ୟରେ ନିଯୁକ୍ତିର ଅଭାବ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଭଳି ପ୍ରସଙ୍ଗ ଉଠାଇ ବିଜେଡି ସରକାରଙ୍କୁ ଘାଇଲା କରିଛନ୍ତି ବୈଜୟନ୍ତ। ମୋଦିଙ୍କ ପଲିସିକୁ ପ୍ରଶଂସା କରି ଓଡ଼ିଶାରେ ପରିବର୍ତ୍ତନର ନାରା ବି ଦେଇଥିଲେ ସେ। ଏଣେ ବୈଜୟନ୍ତଙ୍କ ପରେ ବିଜେଡିର ଆଉ  କିଛି ନେତା ମଧ୍ୟ ପଦ୍ମ ପୋଖରୀକୁ ଡେଇଁବେ ବୋଲି ବୋଲି କୁହାଯାଉଛି।

ବୈଜୟନ୍ତ କେନ୍ଦ୍ରାପଡ଼ାରୁ ଦୁଇଦୁଇ ଥର ସାଂସଦ ଥିଲେ।  ତା ପୂର୍ବରୁ ଦୁଇଥର ରାଜ୍ୟସଭା ସାଂସଦ ଭାବେ ମଧ୍ୟ ତାଙ୍କର ସଫଳ ଅଭିଜ୍ଞତା ରହିଛି । ଏହାବ୍ୟତୀତ ହେଇ ଯାଉ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରମାଗତ ସେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ହେଲେ ବିଜେଡି ଏସବୁ ପ୍ରଭାବହୀନ ହେବ ବୋଲି କହୁଛି। ତେବେ ନିର୍ବାଚନ ଆଗକୁ ଥିବାରୁ କ’ଣ ହେବ ପରିସ୍ଥତି ତାହା ଦେଖିବାକୁ ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe