Advertisment

ଶବ ସଂସ୍କାର ପରେ ଆସିଲା ସ୍ୱାବ ରିପୋର୍ଟ, ପୁଅ କହିଲା ଏପରି...

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଶବ ସଂସ୍କାର ପରେ ମୃତକଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିଲା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ। ମୃତକଙ୍କ ନାଁ ବସନ୍ତ କୁମାର। ମୃତକ ଜଣେ ବନବିଭାଗର ଜଣେ କର୍ମଚାରୀ ଥିଲେ। ସ୍ୱାବ ରିପୋର୍ଟ ୧୦ ଦିନ ପରେ ଆସିବାରୁ ବସନ୍ତ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପ୍ରଶାସନର ଏଭଳି ଅବହେଳା ପାଇଁ ତାଙ୍କ ବାପାଙ୍କ ଜୀବନ ଚାଲିଗଲା ବୋଲି ଦିଗନ୍ତ କହିଛନ୍ତି। ବସନ୍ତ […]

ଅଦ୍ୟତନ ହୋଇଛି
ଶବ ସଂସ୍କାର ପରେ ଆସିଲା ସ୍ୱାବ ରିପୋର୍ଟ, ପୁଅ କହିଲା ଏପରି...

death

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଶବ ସଂସ୍କାର ପରେ ମୃତକଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିଲା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ। ମୃତକଙ୍କ ନାଁ ବସନ୍ତ କୁମାର। ମୃତକ ଜଣେ ବନବିଭାଗର ଜଣେ କର୍ମଚାରୀ ଥିଲେ। ସ୍ୱାବ ରିପୋର୍ଟ ୧୦ ଦିନ ପରେ ଆସିବାରୁ ବସନ୍ତ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପ୍ରଶାସନର ଏଭଳି ଅବହେଳା ପାଇଁ ତାଙ୍କ ବାପାଙ୍କ ଜୀବନ ଚାଲିଗଲା ବୋଲି ଦିଗନ୍ତ କହିଛନ୍ତି।

Advertisment

ବସନ୍ତ ଗତ ୧୧ ତାରିଖରେ ଜ୍ୱର ଓ କାଶରେ ପୀଡ଼ିତ ଥିଲେ। ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମରେ ୧୨ ତାରିଖରେ କୋଭିଡ୍‌ ଟେଷ୍ଟ ପାଇଁ ସ୍ୱାବ ଦେଇଥିଲେ। ତିନି ଦିନ ପରେ ତାଙ୍କ ରିପୋର୍ଟ ଆସିବ ବୋଲି କୁହାଯାଇଥିଲା। କରୋନା ସଦିଗ୍ଧ ହୋଇଥିବାରୁ ସେ ଘରେ ରହି ଚିକିତ୍ସିତ ହେଉଥିଲେ।

ଗତ ୧୮ ତାରିଖରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨୧ ତାରିଖ ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ପରିବାର ଲୋକେ ମୃତଦେହକୁ ଆଣି ଶବ ସଂସ୍କାର କରିଥିଲେ। ହେଲେ ଶବସଂସ୍କାର କରି ତାଙ୍କ ପରିବାର ଲୋକେ ଘରକୁ ଆସିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ପ୍ରଶାସନ ଜଣାଇଥିଲା।

Advertisment

ଏନେଇ ଦିଗନ୍ତ କହିଛନ୍ତି,“ ବ୍ରହ୍ମପୁର ମେଡିକାଲର ଆୟୁସଲେସନରେ ବାପାଙ୍କୁ ୩ ଦିନ ରଖା ଯାଇଥିଲା। ଏହି ସମୟରେ ଆମ ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କୁ ଦେଖା କରିବାକୁ ଯାଇଥିଲୁ। ଆମେ କେହି ଜାଣି ନଥିଲୁ ଯେ ତାଙ୍କର ପଜିଟିଭ୍ ରହିଛି। ଆମକୁ ରିପୋର୍ଟ ମଧ୍ୟ ଦିଆଯାଇ ନାହିଁ। ୨୧ ତାରିଖରେ ବାପାଙ୍କ ମୃତ୍ୟୁ ପରେ ଆମେ ୨୨ ତାରିଖରେ ମୃତଦେହ ଧରି ଘରେ ପହଞ୍ଚିଲୁ। ଶବ ସଂସ୍କାର କରିବାକୁ ୧୫ରୁ ୨୦ ଜଣ ଯାଇଥିଲୁ।

ସଂସ୍କାର କରି ଆସିଲା ପରେ ସ୍ଥାନୀୟ ତହସିଲଦାର ଆସି କହିଲେ ମୃତକଙ୍କ ପଜିଟିଭ୍‌ ଥିଲା, କେମିତି ଶବ ସଂସ୍କାର କଲ। ମୁଁ ଏଠି ପ୍ରଶ୍ନ କରିବାକୁ ଚାହୁଁଛି ଆମେ ଜାଣିବୁ କେମିତି। ବାପାଙ୍କର ପଜିଟିଭ୍ ଥିବା ନେଇ ପ୍ରଶାସନ ଆମକୁ ଜଣାଇଲା କି? ସେଥିପାଇଁ ଦାୟୀ କିଏ। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ଆମ ପ୍ରଶାସନ ଏମତି କାମ କଲେ ଲାଭ କ‘ଣ ହେବ। ରିପୋର୍ଟ ଠିକ୍‌ ସମୟରେ ନ ଦେବାରୁ ଜଣଙ୍କର ଜୀବନ ଚାଲିଗଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏମିତି ଘଟଣା ଆଉ ନ ହେଉ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯାଉ।

ଏମିତିକି କୋଭିଡ୍ ଟେଷ୍ଟ ବେଳେ ବାପା ରେଜିଷ୍ଟ୍ରେସନ୍‌ରେ ଦେଇଥିବା ଫୋନ୍ ନମ୍ୱରକୁ ଗତକାଲି ସନ୍ଧ୍ୟାରେ ଫୋନ୍ ଆସିଲା। ଆଉ କୁହାଗଲା ବସନ୍ତ ମହାନ୍ତି ଅଛନ୍ତି କି, ତାଙ୍କ ପାଇଁ ଆମେ ଆମ୍‌ଏଲାନ୍ସ ପଠାଇବୁ। ଆମକୁ ଆଶ୍ୱାସନା ଦେବା ବଦଳରେ ବୋଝ ପରେ ନଳିତା ବିଡ଼ା ଦେଲା ପରି ଆମକୁ ଦୁଃଖ ଖବର ଦେଉଛନ୍ତି। ମୋତେ ଦୟା କରି ନ୍ୟାୟ ଦିଅନ୍ତୁ। ଏହି ଅସୁବିଧା ଆଉ କାହା ଜୀବନରେ ନଘଟୁ।”

ସୂଚନାଯୋଗ୍ୟ, ବସନ୍ତଙ୍କ ଶବ ସତ୍କାର ନିମନ୍ତେ ୨୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିଲେ। ଶବ ସତ୍କାର ସରିବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିଲେ। ଏବେ  ରିପୋର୍ଟ ପଜିଟିଭ ଆସିବା ଜଣା ପଡ଼ିବା ପରେ ଗାଁରେ ଭାଳେଣି ପଡ଼ିଛି। ଏଥିନିମନ୍ତେ ପ୍ରଶାସନିକ ଅବହେଳାକୁ ଦାୟୀ କରିବା ସହ ପ୍ରଶାସନ ଯୋଗୁ ସେମାନଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe