Advertisment

Sejal John: ଆମେରିକାରୁ ଫେରିବା ପରେ କାନ୍ଦି କାନ୍ଦି କହିଲେ ସବୁ ମିଛ

ମୋ ମା’ ମୋତେ ନିର୍ଯାତନା ଦେଇ ନାହାନ୍ତି। ଓଡ଼ିଶା ଫେରିବା ପାଇଁ ମୁଁ ଏସବୁ କରିଥିଲି। ସେଥିପାଇଁ ମା’ଙ୍କ ନାଁରେ ମିଛ କହିଥିଲି। ମା’ ବହୁତ ଭଲ। ମୋତେ ସବୁ କିଛି ଦେଉଥିଲେ।

author-image
Jitendra Garnayak
Puja

ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିବା ମା’ ନିର୍ଯାତନା ଦେଉଥିବାରୁ ଓଡ଼ିଆ ଝିଅ ପୂଜା ଓରଫ ସେଜଲ ଜନ୍‌ ସୋଶାଲ  ମିଡିଆ ଯୋଗେ ଆକୁଳ ନିବେଦନ କରିଥିଲେ ତାଙ୍କୁ ଆମେରିକାରୁ ଓଡ଼ିଶାକୁ ଫେରାଇ ନେବାକୁ। ତାଙ୍କ ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମିଳିତ ସହଯୋଗରେ ସେ ଆଜି ଓଡ଼ିଶା ଫେରିଆସିଛନ୍ତି। ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Advertisment

ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂଜା ଓରଫ ସେଜଲ ଜନ୍‌ କହିଛନ୍ତି ଯେ ଭାଇରାଲ ଭିଡିଓରେ ସେ ତାଙ୍କ ମା’ଙ୍କ ନାଁରେ ଯାହା ସବୁ କହିଥିଲେ, ସେଗୁଡ଼ିକ ସବୁ ମିଛ। 

ସେ କହିଛନ୍ତି, ମୋ ମା’ ମୋତେ ନିର୍ଯାତନା ଦେଇ ନାହାନ୍ତି। ଓଡ଼ିଶା ଫେରିବା ପାଇଁ ମୁଁ ଏସବୁ କରିଥିଲି। ସେଥିପାଇଁ ମା’ଙ୍କ ନାଁରେ ମିଛ କହିଥିଲି। ମା’ ବହୁତ ଭଲ। ମୋତେ ସବୁ କିଛି ଦେଉଥିଲେ। କିନ୍ତୁ ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଥିଲି। ମୋତେ ଆମେରିକା ଆଦୌ ଭଲ ଲାଗୁ ନଥିଲା। ଆମେରିକାର ଜୀବନ ଶୈଳୀ ମୋତେ ଭଲ ଲାଗୁନଥିଲା। 

Advertisment

ପୂଜା ଓରଫ ସେଜଲ ଜନ୍‌ ଆହୁରି କହିଛନ୍ତି, ମୁଁ ଅମରଙ୍କୁ ଭଲ ପାଏ। ମୁଁ ଅମରଙ୍କୁ ବାହା ହୋଇ ତାଙ୍କ ପାଖରେ ରହିବି। ଅମର ସହିତ ସଂପର୍କ ରଖିବାକୁ ମା’ ମନା କରୁଥିଲେ। ଅମର ଭଲ ପିଲା ନୁହେଁ ବୋଲି ମା’ କହୁଥିଲେ। କିନ୍ତୁ ମୁଁ ଜାଣିଛି ଅମର ଭଲ ପିଲା। ମା’ ମନା କରିବା ସତ୍ତ୍ୱେ ମୁଁ ଅମରଙ୍କ ସହିତ କଥା ହେଉଥିଲି।

ସେଜଲ ଭୁବନେଶ୍ୱରରେ ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ବାଲେଶ୍ୱରର ଅମର ଦାସ ସହିତ ତାଙ୍କର ଭେଟ ହୋଇଥିଲା। ଅମର ବି ସେହି ଶ୍ରେଣୀରେ ପଢୁଥିଲେ। ୭ ବର୍ଷ ତଳେ ପୂଜା ଆମେରିକା ଚାଲିଯାଇଥିଲେ। ଆମେରିକାର ଏକ ଦମ୍ପତି ତାଙ୍କୁ ପୋଷ୍ୟ କନ୍ୟା କରି ନେଇ ଯାଇଥିଲେ। ଆମେରିକା ଯିବା ପରେ ଅମରଙ୍କ ସହିତ ତାଙ୍କର ସଂପର୍କ କଟି ଯାଇଥିଲା। ମା’ ମୋବାଇଲ ଫୋନ୍ ଦେବା ପରେ ଗତ ବର୍ଷ ସୋଶାଲ ମିଡିଆରେ ଅମରଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା। ସେ ଓଡ଼ିଶା ଫେରି ଅମରଙ୍କ ସହିତ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ଅମରଙ୍କ ସହାୟତାରେ ପୂଜା ଓରଫ ସେଜଲ ଜନ୍‌ ତାଙ୍କ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲେ।