Advertisment

ବମ୍ପର ରେଜଲ୍‌ଟ ପରେ ବଢ଼ିଲା ଯୁକ୍ତ ଦୁଇ ଆଡମିଶନ୍‌ ଟେନ୍‌ସନ୍‌

ରାଜ୍ୟରେ ମୋଟ ଦୁଇ ହଜାର ୬୭ଟି ଯୁକ୍ତ ଦୁଇ କଲେଜ ରହିଛି। ଯେଉଁଥିରେ ସିଟ୍ ସଂଖ୍ୟା ହେଲା ୫ ଲକ୍ଷ ୯ ହଜାର ୩୫୮। କିନ୍ତୁ ଏଥର ପାସ୍ କରିଛନ୍ତି ୫ ଲକ୍ଷ ୧୨ ହଜାର ୪୬୦ ଜଣ।

author-image
Manoranjan Sial
Students

Plus Two

ରାଜ୍ୟରେ ବଢ଼ିଲା ମାଟ୍ରିକ ପାସ୍‌ ହାର। ତା’ସହ ବଢ଼ିଲା ଯୁକ୍ତ ଦୁଇ ଆଡମିଶନ୍‌ ଟେନ୍‌ସନ୍‌। ଏଥର ବଢିପାରେ ଯୁକ୍ତ ଦୁଇ କଟ୍‌ଅଫ୍‌ ମାର୍କ। କାରଣ ରାଜ୍ୟରେ କଲେଜ ଗୁଡିକର ସିଟ୍‌ ସଂଖ୍ୟା ଯେତିକି ରହିଛି, ତା’ଠୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତେଣୁ ମାଟ୍ରିକରେ ରେକର୍ଡ ୯୬.୪୦ ପ୍ରତିଶତ ପାସ୍ ହାର ରହିବା ପରେ କଲେଜ୍ ଗୁଡିକରେ କଟ୍‌ଅଫ୍‌ ମାର୍କ ଚଳିତ ବର୍ଷ ଯଥେଷ୍ଟ ବଢିପାରେ। ଯେଉଁଥିଲାଗି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଗ୍ରଣୀ କଲେଜରେ ପଢିବାର ସୁଯୋଗ ନପାଇପାରନ୍ତି।

Advertisment

ରାଜ୍ୟରେ ମୋଟ ଦୁଇ ହଜାର ୬୭ଟି ଯୁକ୍ତ ଦୁଇ କଲେଜ ରହିଛି। ଯେଉଁଥିରେ ସିଟ୍ ସଂଖ୍ୟା ହେଲା ୫ ଲକ୍ଷ ୯ ହଜାର ୩୫୮। କିନ୍ତୁ ଏଥର ପାସ୍ କରିଛନ୍ତି ୫ ଲକ୍ଷ ୧୨ ହଜାର ୪୬୦ ଜଣ। ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡକୁ ଆସିପାରନ୍ତି। ସବୁକୁ ହିସାବ କଲେ ରାଜ୍ୟରେ ପ୍ରାୟ ୧୮ ହଜାର ସିଟ୍‌ର ଅଭାବ ରହିଛି। ତେବେ ବଡ଼ କଥା ହେଉଛି, ପାଖାପାଖି ୧୮ଟି ଜିଲ୍ଲାରେ କମ୍‌ କଲେଜ ଥିବାରୁ ସେ ଅଞ୍ଚଳ ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇପାରନ୍ତି। ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ନେଇ ବ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଣଶିକ୍ଷା ବିଭାଗ ସିଟ୍ ସମସ୍ୟା ଦୂର ଲାଗି ବିଚାର ବିମର୍ଷ ଆରମ୍ଭ କରିଥିଲେ ସୁଦ୍ଧା ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସରକାରଙ୍କ ନିଷ୍ପତ୍ତିକୁ କଲେଜ କର୍ତ୍ତୃପକ୍ଷମାନେ ଅପେକ୍ଷା କରିଥିବା ବେଳେ ଶିକ୍ଷାବିତଙ୍କ ମତ ହେଲା, ସରକାର ବୈଷୟିକ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢାଇଲେ ଏ ସମସ୍ୟାର ସମାଧାନ ହୁଅନ୍ତା।

Odisha Highcourt MatricExam