ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ଆତ୍ମହତ୍ୟା

ଅନୁଗୋଳ(ବିରଜା ଦାଶ): ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ବନ୍ତଳା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଅପରିଚିତ ଯୁବକଙ୍କ ସହ ଫୋନ୍‌ରୁ ପରିଚିତ ହୋଇଥିଲା। ଫୋନ୍‌ରେ କଥାବାର୍ତ୍ତା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଯୁବକ ଜଣକ କୌଶଳ କ୍ରମେ ଭିଡିଓ କଲିଙ୍ଗ୍ କରି […]

police

Rakesh Mallick
  • Published: Friday, 01 February 2019
  • , Updated: 01 February 2019, 10:37 AM IST

ଅନୁଗୋଳ(ବିରଜା ଦାଶ): ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ।

ଅଭିଯୋଗ ଅନୁସାରେ, ବନ୍ତଳା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଅପରିଚିତ ଯୁବକଙ୍କ ସହ ଫୋନ୍‌ରୁ ପରିଚିତ ହୋଇଥିଲା। ଫୋନ୍‌ରେ କଥାବାର୍ତ୍ତା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଯୁବକ ଜଣକ କୌଶଳ କ୍ରମେ ଭିଡିଓ କଲିଙ୍ଗ୍ କରି ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲେ। ପରେ ସେହି ଅଶ୍ଲୀଳ ଭିଡିଓ ଜରିଆରେ ଯୁବତୀଙ୍କୁ ବ୍ଲାକମେଲିଂ କରି ଆସୁଥିଲେ। ତେବେ ନିକଟରେ ଯୁବକ ଜଣକ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ବନ୍ତଳା ଅଞ୍ଚଳରେ  ଭାଇରାଲ କରିଦେଇଥିଲା।

ଏନେଇ ସ୍ଥାନୀୟ ଲୋକେ ଯୁବତୀଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ  ଯୁବତୀ ଜଣକ ଘରୁ ଆଉ ବାହାରି ନଥିଲେ। ଗତକାଲି ଅପରାହ୍ନ ୪ଟା ବେଳେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁବତୀଙ୍କ ପରିବାର ପକ୍ଷରୁ ବନ୍ତଳା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story