Advertisment

ପୁଣି ଘଡ଼ଘଡି ସହ ବର୍ଷା, ଆତଙ୍କିତ ବାତ୍ୟାବିପନ୍ନ

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ବାହାରେ ଢୁ ଢୁ ବର୍ଷା। ପବନରେ ଦୋହଲି ଯାଉଛି ଗଛପତ୍ର। ଦଲକାଏ ପବନର ସୁସୁ ଶବ୍ଦ କିନ୍ତୁ ଛାତି ଥରେଇ ଦେଉଛି। ଲୋକେ କହିଥିଲେ, କାଳେ ଫୋନି ଫେରିଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଏମିତି ସ୍ଥିତି ପୁଣି ଦେଖିଥିଲା ରାଜଧାନୀ ଭୁବନେଶର। ହେଲା ଭୟଭୀତ ହୋଇପଡିଥିଲେ ଲୋକେ। ହଠାତ ପବନ ବର୍ଷା ମାଡ଼ି ଆସିବାରୁ ଆତଙ୍କିତ ହୋଇଥିଲେ ବାତ୍ୟାବିପନ୍ନ। ୨ ଦିନ ତଳେ ଫୋନି ଯାହା କ୍ଷତି କରିଛି ସେଥିରୁ […]

author-image
Mihir Pattnayak
ପୁଣି ଘଡ଼ଘଡି ସହ ବର୍ଷା, ଆତଙ୍କିତ ବାତ୍ୟାବିପନ୍ନ

1

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ବାହାରେ ଢୁ ଢୁ ବର୍ଷା। ପବନରେ ଦୋହଲି ଯାଉଛି ଗଛପତ୍ର। ଦଲକାଏ ପବନର ସୁସୁ ଶବ୍ଦ କିନ୍ତୁ ଛାତି ଥରେଇ ଦେଉଛି। ଲୋକେ କହିଥିଲେ, କାଳେ ଫୋନି ଫେରିଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଏମିତି ସ୍ଥିତି ପୁଣି ଦେଖିଥିଲା ରାଜଧାନୀ ଭୁବନେଶର। ହେଲା ଭୟଭୀତ ହୋଇପଡିଥିଲେ ଲୋକେ।

Advertisment

ହଠାତ ପବନ ବର୍ଷା ମାଡ଼ି ଆସିବାରୁ ଆତଙ୍କିତ ହୋଇଥିଲେ ବାତ୍ୟାବିପନ୍ନ। ୨ ଦିନ ତଳେ ଫୋନି ଯାହା କ୍ଷତି କରିଛି ସେଥିରୁ ଲୋକେ ମୁକୁଳି ନ ଥିବା ବେଳେ ହଠାତ୍ ଏମିତି ସ୍ଥିତି ଲୋକଙ୍କୁ ଡରାଇ ଦେଇଥିଲା।

ତୁହାକୁ ତୁହା ଘଡଘଡି ମରିଥିଲା। ଏହି ସମୟରେ ପବନର ବେଗ ୪୦ କିମି ପ୍ରତି ଘଣ୍ଟା ବହିଥିଲା। ହେଲେ ମାତ୍ର ଅଧଘଣ୍ଟା ପର. ଆକାଶ ନିର୍ମଳ ହୋଇଯିବାରୁ ଲୋକେ ଆସ୍:ସ୍ଥ ହୋଇଥିଲେ।

Advertisment

ଏହି ଅକସ୍ମାତ ବର୍ଷା ପାଇଁ ଅସହ୍ୟ ଗୁଳୁଗୁଳିରୁ ଲୋକେ ତ୍ରାହି ପାଇଥିଲେ ମଧ୍ୟ ଆଉ ଯଦି ବର୍ଷା ନ ହୁଏ ତେବେ ଗୁଳିଗୁଳି ବଢିବ ବୋଲି କୁହାଯାଉଛି।