ସୋନପୁର(ରବୀନ୍ଦ୍ର ହୋତା): ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁଣି ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତରଭା ବ୍ଲକ୍ ଅନ୍ତର୍ଗତ କୁଟାସିରା ଗାଁରେ ଏକ ସଭାରେ ଭୋଟରମାନେ ନିରଞ୍ଜନଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି।
ଶୁକ୍ରବାର ଦିନ ନିରଞ୍ଜନ କୁଟାସିରା ଗାଁକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିଦେବା କି ବୋଲି ପ୍ରଶ୍ନ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଦୁଇଦିନ ପୂର୍ବେ ଡୁଙ୍ଗୁରିପାଲିର କର୍ଲାଜୁରୀରେ ସଭା କରୁଥିବାବେଳେ ମନ୍ତ୍ରୀଙ୍କୁ ଭୋଟର୍ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମନ୍ତ୍ରୀ ଭୋଟରଙ୍କୁ ଧମକାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: <a href="https://odishareporter.in/odisha/minister-loses-cool-and-threatens-a-man-during-a-campaign-meting-363677"><span class="post-title">ସଭାରେ ଧମକ ଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ</span></a>
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us