ଗୁରୁଦିବସକୁ କଳାଦିବସ ଭାବେ ପାଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ନିଆଯାଇଛି ଏଭଳି ଚରମ ନିଷ୍ପତ୍ତି। […]

teachers in bbsr

teachers in bbsr

Manoranjan Sial
  • Published: Tuesday, 04 September 2018
  • Updated: 04 September 2018, 05:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ନିଆଯାଇଛି ଏଭଳି ଚରମ ନିଷ୍ପତ୍ତି। ତା’ସହ ଆସନ୍ତା ୬ ତାରିଖରୁ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ମଧ୍ୟ ମଞ୍ଚ ଚେତାବନୀ ଦେଇଛି।

ଏ ନେଇ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଗୁରୁ ଦିବସ ପିଲା ଓ ଅଭିଭାବକ ପାଳନ୍ତି। ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ କଳା ଦିବସ ପାଳନର ଯଥାର୍ଥତା କେଉଁଥି ପାଇଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସେପଟେ ଶିକ୍ଷକ ଆନ୍ଦୋଳନକୁ ଦେଖି ଆସନ୍ତାକାଲି ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ।

teachersସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି-“କଳା ବ୍ୟାଜ ପିନ୍ଧି ଆମେ ଗୁରୁ ଦିବସକୁ ପ୍ରତ୍ୟାଖ୍ୟାନ କରିବୁ। ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“କଳା ଦିବସ କିଏ ପାଳୁଛି ମୁଁ ଜାଣିନି। ଗୁରୁଦିବସକୁ ଆମେ ପାଳୁଛୁ ଓ ପିଲାମାନେ ମଧ୍ୟ ପାଳୁଛନ୍ତି। ଯଦି ଏହାକୁ ଗୁରୁମାନେ କଳାଦିବସ ଭାବେ ପାଳନ କରିବେ, ତାହା ଠିକ୍‌ ହେବନି। ସେମାନଙ୍କ ଦାବି ନେଇ ସରକାର ଆଲୋଚନା କରୁଛନ୍ତି। କେତେବେଳେ ବି ଫାଇନାଲ୍‌ ଫଳାଫଳ ବାହାରିପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story