ଏପଟେ ଭୋଟ୍‌, ସେପଟେ ହେବ ବିକ୍ଷୋଭ, ରାସ୍ତାରେ ଶୋଇବେ ଚାଷୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ  ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବେ। ଅହିଂସାତ୍ମକ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷି ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା ଓ ସମ୍ମାନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ବାରମ୍ବାର ଦାବି କରୁଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଶେଷରେ ଏଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ନବନିର୍ମାଣ […]

uj

uj

Mihir Pattnayak
  • Published: Friday, 08 March 2019
  • Updated: 08 March 2019, 03:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ  ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବେ। ଅହିଂସାତ୍ମକ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

କୃଷି ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା ଓ ସମ୍ମାନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ବାରମ୍ବାର ଦାବି କରୁଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଶେଷରେ ଏଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଛନ୍ତି-

ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରାଯିବ ନାହିଁ। ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରାଯିବ। ଆସନ୍ତା ୧୩ ଓ ୧୪ ତାରିଖରେ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ।

ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟକୁ ଲାଗୁ କରିବା ଦାବିରେ ଚାଷୀସମୂହ ବହୁବାର ଆନ୍ଦୋଳନ କରିଛନ୍ତି। ରାଜଧାନୀରେ ଏନେଇ ପ୍ରବଳ ବିରୋଧ ବି ହୋଇଛି।  ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିବାରୁ ଏଭଳି ଚେତାବନୀ ଶୁଣାଇଛି ସଙ୍ଗଠନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos