Advertisment

ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ କୃଷି ଜିଲ୍ଲା ଅଧିକାରୀ, ଘରୁ ମିଳିଲା ଗଞ୍ଜେଇ ପୁଡ଼ିଆ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢ଼ି। ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଲେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଦୁର୍ଯ୍ୟୋଧର ସାର ଦୋକାନ କରିଥିବା ବେଲେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ବା ପଏଣ୍ଟ ଅଫ ସେଲ ମେସିନ ପାଇବା କଥା। କିନ୍ତୁ ମାଗଣାରେ ମେସିନ ଦେବା […]

ଅଦ୍ୟତନ ହୋଇଛି
ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ କୃଷି ଜିଲ୍ଲା ଅଧିକାରୀ, ଘରୁ ମିଳିଲା ଗଞ୍ଜେଇ ପୁଡ଼ିଆ

Agriculture Office

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢ଼ି।

Advertisment

ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଲେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଦୁର୍ଯ୍ୟୋଧର ସାର ଦୋକାନ କରିଥିବା ବେଲେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ବା ପଏଣ୍ଟ ଅଫ ସେଲ ମେସିନ ପାଇବା କଥା। କିନ୍ତୁ ମାଗଣାରେ ମେସିନ ଦେବା ପାଇଁ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହା ପରେ ସାର ଦୋକାନୀ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ନିଜ ଅଫିସରେ କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ପାଢ଼ି ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଲେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ।

Advertisment

ପରେ ଶ୍ରୀ ପାଢ଼ିଙ୍କ ହାତୀଶାଳପଡ଼ା ସ୍ଥିତ ଭଡ଼ା ଘରକୁ ଯାଇ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଥିଲେ। ଭଡ଼ାଘରୁ ଛୋଟ ଗଞ୍ଜେଇ ପୁଡ଼ିଆଟିଏ ମଧ୍ୟ ମିଲିଛି ବୋଲି ଜଣାପଡ଼ିଛି।
ଭିଜିଲାନ୍ସ କୃଷି ଜିଲ୍ଲା ଅଧିକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଲାଞ୍ଚ କଥାକୁ ଅସ୍ୱୀକାର କରିଛନ୍ତି ଶ୍ରୀ ପାଢ଼ି।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe