Advertisment

AI Screening for Children: ଏଣିକି ଜନ୍ମରୁ ୬ ବର୍ଷର ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ନଜର ରଖିବେ ସରକାର, ଆନ୍ଧ୍ର ମଡେଲରେ ହେବ ‘ଏଆଇ' ସ୍କ୍ରିନିଂ

ଆସନ୍ତା ମାର୍ଚ୍ଚ ୮ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସମସ୍ତ ଅଙ୍ଗନୱାଡି, ସ୍କୁଲ ଓ କଲେଜରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ହସ୍ତାନ୍ତର କରାଯିବ।

AI-Screening-of-Child
Advertisment

ଏଣିକି ଜନ୍ମରୁ ୬ ବର୍ଷ ବୟସର ଶିଶୁମାନଙ୍କର ଶାରୀରିକ ଓ ମାନସିକ ବିକାଶ ଉପରେ ନଜର ରଖିବେ ରାଜ୍ୟ ସରକାର। ପ୍ରତ୍ୟେକ ଶିଶୁଙ୍କର ସାମଗ୍ରିକ ବିକାଶର ରିଅଲ ଟାଇମ୍ ଡାଟା ମଧ୍ୟ ସରକାରଙ୍କ ପାଖରେ ରହିବ । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ଏହି ‘ଏଆଇ ସ୍କ୍ରିନିଂ ମଡେଲ’କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଜନ୍ମରୁ ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ସାମାଜିକ-ଆବେଗିକ ବିକାଶ, ବୌଦ୍ଧିକ ଦକ୍ଷତା, ଶାରୀରିକ ବିକାଶ ସହ ଭାଷା ଓ ଯୋଗାଯୋଗ ଦକ୍ଷତାର ବିକାଶ ଆଦିକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସ୍କ୍ରିନିଂ ମାଧ୍ୟମରେ ସିଧାସଳଖ ସରକାର ନିୟନ୍ତ୍ରଣ କରିବା ସହ ଆବଶ୍ୟକସ୍ଥଳେ ସଂସ୍କାରମୂଳକ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

ଆନ୍ଧ୍ରପ୍ରଦେଶ ମଡେଲକୁ କାର୍ଯ୍ୟକାରୀ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ସୂଚନା ଅନୁସାରେ, ମୁଖ୍ୟ ସଚିବ ଅନୁ ଗର୍ଗ ଓଡ଼ିଶାରେ ଶିଶୁ ବିକାଶ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶର ଏଆଇ ସ୍କ୍ରିନିଂ ମଡେଲ କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୋଜନା ମୁଖ୍ୟତଃ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଏଥିରେ ସୁଧାର ପାଇଁ ପଦକ୍ଷେପ ନେବା ପାଇଁ ଉଦ୍ଦିଷ୍ଟ । ସରକାରଙ୍କ ଏହି ନୂଆ ଏଆଇ ସ୍କ୍ରିନିଂ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପିଲାମାନଙ୍କ ବୌଦ୍ଧ ଓ ଶାରୀରିକ ଅଭିବୃଦ୍ଧିକୁ ନିୟମିତ ମାପିବା ପାଇଁ ଏହା ଏକ ପ୍ରଭାବଶାଳୀ ମାଧ୍ୟମ ସାବ୍ୟସ୍ତ ହେବ ।

Advertisment

ଏହି ବ୍ୟବସ୍ଥା ଜରିଆରେ ପ୍ରତ୍ୟେକ ଶିଶୁର ବିକାଶରେ ରହୁଥିବା ବାଧାବିଘ୍ନକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରାଯାଇ ସେମାନଙ୍କୁ ସୁସ୍ଥ ଓ ସଚେତନ ନାଗରିକ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏବେ ରାଜ୍ୟର ୦ରୁ ୬ବର୍ଷ ବୟସର ପ୍ରାୟ ୪୫ଲକ୍ଷରୁ ଅଧିକ ଶିଶୁ ଉପକୃତ ହୋଇପାରିବେ ।


ରିଅଲ-ଟାଇମ୍ ମନିଟରିଂ ଓ  ପ୍ରଶାସନିକ ହସ୍ତକ୍ଷେପ

ଆନ୍ଧ୍ରପ୍ରଦେଶ ମଡେଲର ସବୁଠାରୁ ଆଧୁନିକ ବିଶେଷତ୍ୱ ହେଉଛି ଏହାର ରିଅଲ ଟାଇମ୍ ଡାଟା ପରିଚାଳନା । ଏହି ବ୍ୟବସ୍ଥାରେ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ପିଲାଙ୍କର ପ୍ରତିଦିନର ବିକାଶ ସଂପର୍କିତ ତଥ୍ୟକୁ ଏକ ସ୍ୱତନ୍ତ୍ର ଡ୍ୟାସବୋର୍ଡରେ ଅପଲୋଡ୍ କରିବେ । ଯଦି କୌଣସି ଶିଶୁ ସାଧାରଣ ଶିଖିବା ପ୍ରକ୍ରିୟାରେ ପଛୁଆ ରହେ, ତେବେ ଏଆଇ ସ୍ୱୟଂଚାଳିତ ଭାବେ ଉକ୍ତ ଶିଶୁ ପାଇଁ ଏକ ‘ରେମେଡିଆଲ୍ ଲର୍ଣ୍ଣିଂ ପ୍ଲାନ୍‌' ବା ସଂସ୍କାରମୂଳକ ଶିକ୍ଷା ଯୋଜନା ପ୍ରସ୍ତୁତ କରିବ ।

ଶିଶୁର ବୟସ ଅନୁସାରେ ତା'ର ମସ୍ତିଷ୍କ ଓ ଶରୀର ସଠିକ୍ ଭାବେ ବଢ଼ୁଛି କି ନାହିଁ, ତାହା ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ଜଣାପଡ଼ିବ ଓ ଆବଶ୍ୟକସ୍ଥଳେ ତୁରନ୍ତ ଡାକ୍ତରୀ କିମ୍ବା ପ୍ରଶାସନିକ ହସ୍ତକ୍ଷେପ କରାଯାଇପାରିବ । ଏହି ରିଅଲ ଟାଇମ୍ ଡାଟା ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଏଆଇ ଆପ୍ ବିକଶିତ କରିବାକୁ ମଧ୍ୟ ଆଇଟି ବିଭାଗକୁ କୁହାଯାଇଛି । ପ୍ରଶାସନିକ ଅଧିକାରୀମାନେ ଭୁବନେଶ୍ୱରରେ ବସି ମଧ୍ୟ ଏହି ଡ୍ୟାସବୋର୍ଡକୁ ନିୟମିତ ଭାବେ ତଦାରଖ କରିପାରିବେ ।

 ଓଡ଼ିଶା ସରକାରଙ୍କ ଏହି ଏଆଇ-ସ୍କ୍ରିନିଂ କାର୍ଯ୍ୟକ୍ରମ କେବଳ ସହରାଞ୍ଚଳ ନୁହେଁ, ବରଂ ଗ୍ରାମାଞ୍ଚଳର ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ôଚବ । ଶିଶୁ ମୃତ୍ୟୁହାର ହ୍ରାସ ସହ ଶିଶୁଙ୍କ ପୃଷ୍ଟିହୀନ ସମସ୍ୟାକୁ ମଧ୍ୟ ସହଜରେ ସମାଧାନ କରିହେବ ବୋଲି ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଏହି ବ୍ୟବସ୍ଥାକୁ ‘ଓଡ଼ିଶା ଭିଜନ ୨୦୩୬' ର ଲକ୍ଷ୍ୟ ହାସଲ ପାଇଁ ଏକ ଶକ୍ତ ମୂଳଦୁଆ ଭାବେ ଅଭିହିତ କରିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।


ଅଙ୍ଗନୱାଡି ଓ ଶିକ୍ଷାନୁଷ୍ଠାନରେ ପରିମଳ ସହ ମାନସିକ ସ୍ୱାସ୍ଥ୍ୟ

ଏହି ଏଆଇ ସ୍କ୍ରିନିଂ ସମେତ ଶିଶୁଙ୍କ ମୌଳିକ ସୁବିଧା ପ୍ରତି ମଧ୍ୟ ସଜାଗ ରହିଛନ୍ତି ରାଜ୍ୟ ସରକାର। ଆସନ୍ତା ମାର୍ଚ୍ଚ ୮ତାରିଖ(ଆନ୍ତର୍ଜାତିକ ମହିଳା ଦିବସ) ସୁଦ୍ଧା ରାଜ୍ୟର ସମସ୍ତ ସମସ୍ତ ଅଙ୍ଗନୱାଡି, ସ୍କୁଲ ଓ କଲେଜରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଏହି ଶୌଚାଳୟଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଏକ ନିର୍ଦ୍ଦିଷ୍ଟ ଏସଓପି ପ୍ରସ୍ତୁତ କରି  ପ୍ରଶାସନିକ କ୍ଷମତା ସ୍ଥାନୀୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ହସ୍ତାନ୍ତର କରାଯିବ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ମନିଟରିଂ କରିବା ଓ ସେମାନଙ୍କୁ ଉପଯୁକ୍ତ କାଉନସେଲିଂ ପ୍ରଦାନ କରିବାକୁ ପ୍ରଶାସନିକ ସ୍ତରରେ ପ୍ରାଥମିକତା ଦିଆଯାଇଛି । ଶିଶୁ ମୃତ୍ୟୁହାର ହ୍ରାସ ସହ ଶିଶୁଙ୍କ ପୃଷ୍ଟିହୀନ ସମସ୍ୟାକୁ ମଧ୍ୟ ସହଜରେ ସମାଧାନ କରିହେବ ବୋଲି ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe