Advertisment

‘ପ୍ରଦେଶ କଂଗ୍ରେସକୁ ବିଶ୍ୱାସକୁ ନେଉନି ଏଆଇସିସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ ଭବନରେ ଗତକାଲି ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବେ ଭିନ୍ନ ମୋଡ଼ ନେଇଛି। ପ୍ରଦେଶ କଂଗ୍ରେସ କମିଟି ସହ ପରାମର୍ଶ ନକରି ନିଷ୍ପତ୍ତି ନିଆଯାଉଥିବା ସମ୍ପର୍କରେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଙ୍କେତ ଦେଇଥିବାବେଳେ ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର କାର୍ଯ୍ୟଶୈଳୀ ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମାଝୀ ଗଣମାଧ୍ୟମକୁ […]

କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ ଭବନରେ ଗତକାଲି ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବେ ଭିନ୍ନ ମୋଡ଼ ନେଇଛି। ପ୍ରଦେଶ କଂଗ୍ରେସ କମିଟି ସହ ପରାମର୍ଶ ନକରି ନିଷ୍ପତ୍ତି ନିଆଯାଉଥିବା ସମ୍ପର୍କରେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଙ୍କେତ ଦେଇଥିବାବେଳେ ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର କାର୍ଯ୍ୟଶୈଳୀ ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି।

Advertisment

ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗତକାଲି କଂଗ୍ରେସ ଭବନରେ ଘଟିଥିବା ସଂଘର୍ଷକୁ ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି। ରାଜ୍ୟ କଂଗ୍ରେସକୁ ଏଆଇସିସି ବିଶ୍ୱାସକୁ ନେଇ ବିଭିନ୍ନ ପଦପଦବୀର ନିଷ୍ପତ୍ତି ନେବା କଥା। ଏଥିରେ ବ୍ୟତିକ୍ରମ ହେଉଛି । ଯାହା ଓଡ଼ିଶା କଂଗ୍ରେସର ଅଧପତନର ଏକ ପ୍ରମୁଖ କାରଣ। ଉଚିତ୍ ପଦକ୍ଷେପ ନନେଲେ ଆଗକୁ ଆହୁରି ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ିବ ବୋଲି ଶ୍ରୀ ମାଝୀ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି କଂଗ୍ରେସ ଭବନରେ ଯୁବଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଆସନ୍ତାକାଲି କଂଗ୍ରେସର ଶୃଙ୍ଖଳା କମିଟି ବୈଠକ ବସିବ। ରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି ସଦସ୍ୟ ବିଶ୍ୱରଞ୍ଜନ ଦାସ କହିଛନ୍ତି ଯେ, ଗୋଷ୍ଠୀକନ୍ଦଳରେ ସମ୍ପୃକ୍ତ ଥିବା ସମସ୍ତ ସଦସ୍ୟଙ୍କୁ ଡାକି ସେମାନଙ୍କ ମତାମତ ନେବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଯୁବଗୋଷ୍ଠୀ କେମିତି କାମ କରିବେ ସେ ନେଇ ପରାମର୍ଶ ଦିଆଯିବ। ଭାରତୀୟ ଯୁବ କଂଗ୍ରେସର ନିଷ୍ପତ୍ତି ଉପରେ ଶ୍ରୀ ଦାସ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ଏପଟେ ଭାରତୀୟ ଯୁବ କଂଗ୍ରେସର ସଭାପତି ବିଭି ଶ୍ରୀନିବାସ କହିଛନ୍ତି ଯେ, ଯେଉଁମାନେ ଗତକାଲି ତାଲା ପକାଇଛନ୍ତି ସେମାନେ ଦଳ ସହିତ ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe