Advertisment

ପ୍ରଚାର ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ପଣ୍ଡା ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବା ପାଇଁ ଏକ ବିଶାଳ ରୋଡ୍ ଶୋ’ କରିବା ସହ ବିଜେପି ନିଶ୍ଚିତ ଭାବେ ଜିତିବ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ […]

author-image
Tapas Behera
ଅଦ୍ୟତନ ହୋଇଛି
ପ୍ରଚାର ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ

8bv

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ପଣ୍ଡା ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବା ପାଇଁ ଏକ ବିଶାଳ ରୋଡ୍ ଶୋ’ କରିବା ସହ ବିଜେପି ନିଶ୍ଚିତ ଭାବେ ଜିତିବ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।
ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହମିଶି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା ବାଲେଶ୍ୱର ସହରରେ ଏକ ବିଶାଳ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି। ଏହି ରୋଡ୍ ଶୋ’ ବାଲେଶ୍ୱର ସହରର ଚିଡ଼ିଆପୋଲ ଦେଇ ରାଣୀପାଟଣା, ଫାଣ୍ଡିଛକ, ଅର୍ଡର ବଜାର ଆଦି ଦେଇ ସହର ପରିକ୍ରମା କରିଥିଲା। ରୋଡ୍ ଶୋ’କୁ ନେଇ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

Advertisment

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନରେ ସାମିଲ ହୋଇ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା କହିଥିଲେ ଯେ, ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଅବଦାନ ବାଲେଶ୍ୱର ଅଂଚଳବାସୀଙ୍କ ପାଇଁ ରହିଛି। ଲୋକଙ୍କ ମଧ୍ୟରେ ଯୁବନେତା ମାନସ ଦତ୍ତଙ୍କୁ ନେଇ ପ୍ରବଳ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଦଳୀୟ କର୍ମୀ ଓ ନେତାମାନେ ସମସ୍ତେ ପରିଶ୍ରମ କରୁଛନ୍ତି। ଫଳାଫଳ ନିଶ୍ଚିତ ବିଜେପି ସପକ୍ଷରେ ଯିବ। ବିଜେପିର ଦିବଂଗତ ବିଧାୟକଙ୍କ ମୃତ୍ୟୁକୁ ବିଜେଡି ନେତାମାନେ ସୁଯୋଗ ବୋଲି କହିବା ସହ ପୋଡ଼ା ଟ୍ରାନ୍ସଫରମର କହିବାକୁ ଶ୍ରୀ ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସାଧାରଣ ଜୀବନରେ ଏଭଳି ମାନସିକତା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ଏହାସହିତ ଶ୍ରୀ ପଣ୍ଡା କହିଛନ୍ତି ଯେ, ସେ କେନ୍ଦ୍ରୀୟ ବିଜେପି ଟିମରେ ସାମିଲ ଥିବାରୁ ତାଙ୍କ ଉପରେ ମଣିପୁରରେ ୫ଟି ବିଧାନସଭା ଆସନର ଉପନିର୍ବାଚନ ଦାୟିତ୍ୱ ଦଳ ନ୍ୟସ୍ତ କରିଛି। ତେଣୁ ନିଜ ଗୃହ ରାଜ୍ୟ ଓଡ଼ିଶାରେ ହେଉଥିବା ଉପନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ପାଇଁ ବେଶୀ ସମୟ ଦେଇପାରିନାହାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment