ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ୧୦ ବର୍ଷ ବୟସ୍କ ‘ମନୀଷ’ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍ ସଂକ୍ରମଣ ଯୋଗୁ ‘ମନୀଷ’ ବ୍ଲଡ୍ ପ୍ରୋଟୋଜୋଆନ୍ ରୋଗରେ ପୀଡ଼ିତ ଥିଲା।
ପ୍ରୋଟୋଜୋଆନ୍ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ତଥାପି ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ‘ମନୀଷ’ର ଚିକିତ୍ସା ଜାରି ରଖିଥିଲେ। ‘ମନୀଷ’ର ରକ୍ତ ପରିବର୍ତ୍ତନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଏହା ପୂର୍ବରୁ ‘ମନୀଷ’ ଆଖି ବୁଜିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଜଣାଇଛନ୍ତି।
‘ମନୀଷ’ର ଔରସରୁ ଓ ଧଳା ବାଘୁଣୀ ସ୍ନେହାର ଗର୍ଭରୁ ୨୦୧୬ ଅଗଷ୍ଟ ୬ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ଟି ବାଘ ଛୁଆ ଜନ୍ମ ହୋଇଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ କଳାବାଘ ଓ ଅନ୍ୟ ଦୁଇଟି ସାଧାରଣ ମହାବଳ ବାଘ ଥିଲେ। ଏବେ ନନ୍ଦନକାନନରେ ୧୦ ବାଘ, ୧୪ ବାଘୁଣୀ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।