ଆଖି ବୁଜିଲା ମହାବଳ ବାଘ ‘ମନୀଷ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ୧୦ ବର୍ଷ ବୟସ୍କ ‘ମନୀଷ’ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍‌ ଫେଲିସ୍‌ ନାମକ ଭାଇରସ୍‌ ସଂକ୍ରମଣ ଯୋଗୁ  ‘ମନୀଷ’ ବ୍ଲଡ୍ ପ୍ରୋଟୋଜୋଆନ୍‌ ରୋଗରେ ପୀଡ଼ିତ ଥିଲା। ପ୍ରୋଟୋଜୋଆନ୍‌ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ତଥାପି ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ‘ମନୀଷ’ର ଚିକିତ୍ସା ଜାରି ରଖିଥିଲେ। ‘ମନୀଷ’ର ରକ୍ତ ପରିବର୍ତ୍ତନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଏହା ପୂର୍ବରୁ ‘ମନୀଷ’ ଆଖି ବୁଜିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଜଣାଇଛନ୍ତି। ‘ମନୀଷ’ର ଔରସରୁ ଓ ଧଳା ବାଘୁଣୀ ସ୍ନେହାର ଗର୍ଭରୁ ୨୦୧୬ […]

tiger-death-in-nandankanan

Manoranjan Sial
  • Published: Sunday, 02 September 2018
  • , Updated: 02 September 2018, 01:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ୧୦ ବର୍ଷ ବୟସ୍କ ‘ମନୀଷ’ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍‌ ଫେଲିସ୍‌ ନାମକ ଭାଇରସ୍‌ ସଂକ୍ରମଣ ଯୋଗୁ  ‘ମନୀଷ’ ବ୍ଲଡ୍ ପ୍ରୋଟୋଜୋଆନ୍‌ ରୋଗରେ ପୀଡ଼ିତ ଥିଲା।
ପ୍ରୋଟୋଜୋଆନ୍‌ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ତଥାପି ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ‘ମନୀଷ’ର ଚିକିତ୍ସା ଜାରି ରଖିଥିଲେ। ‘ମନୀଷ’ର ରକ୍ତ ପରିବର୍ତ୍ତନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଏହା ପୂର୍ବରୁ ‘ମନୀଷ’ ଆଖି ବୁଜିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଜଣାଇଛନ୍ତି।

‘ମନୀଷ’ର ଔରସରୁ ଓ ଧଳା ବାଘୁଣୀ ସ୍ନେହାର ଗର୍ଭରୁ ୨୦୧୬ ଅଗଷ୍ଟ ୬ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ଟି ବାଘ ଛୁଆ ଜନ୍ମ ହୋଇଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ କଳାବାଘ ଓ ଅନ୍ୟ ଦୁଇଟି ସାଧାରଣ ମହାବଳ ବାଘ ଥିଲେ। ଏବେ ନନ୍ଦନକାନନରେ ୧୦ ବାଘ, ୧୪ ବାଘୁଣୀ ରହିଛନ୍ତି।

Related story