Advertisment

କାଲିଠୁ ୪ ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା। ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ […]

author-image
Ranjit Kumar Jena
କାଲିଠୁ ୪ ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା

air-ambulance

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା। ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

Advertisment

ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସୋମବାର ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ଏହି ସେବାର ଶୁଭାରମ୍ଭ ହେବ। ଏହା ଦ୍ୱାରା ବହୁ ଗରିବ ଲୋକେ ଚିକିତ୍ସିତ ହୋଇପାରିବେ ଏବଂ ଏହାର ସୁବିଧା ପାଇପାରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯାହା ଶେଆର୍ ଆମ୍ବୁଲାନ୍ସରେ ହୁଏ, ସେମିତି ଏୟାର ଆମ୍ବୁଲାନ୍ସ ପରିଚାଳିତ ହେବ। ଜିଲ୍ଲା ଗୁଡ଼ିକରୁ ଆବେଦନ ଆସିବା ପରେ ଏହାକୁ ଉଚିତ୍ ଭାବେ ମ୍ୟାନେଜ୍ କରାଯିବ। ଏହାଦ୍ୱାରା ବିଶେଷକରି ଗରିବ ଲୋକେ ବହୁତ ଉପକୃତ ହେବେ। ତେବେ ସବୁ କିଛି ଏୟାର ଆମ୍ବୁଲାନ୍ସ ନୀତି ନିୟମ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ବେଲି ସେ କହିଛନ୍ତି।

Advertisment