Advertisment

ସବ୍‌ସିଡ ଅର୍ଥ ମିଳିବା ପରେ ସ୍ୱାଭାବିକ ହେଲା ଏୟାର ଓଡ଼ିଶା ବିମାନ ସେବା

ଭୁବନେଶ୍ୱର: ସବ୍‌ସିଡ ଅର୍ଥ ମିଳିବା ପରେ ସ୍ୱାଭାବିକ ହୋଇଛି ଏୟାର ଓଡ଼ିଶା ବିମାନ ଚଳାଚଳ। ଆଜି ରାଉରକେଲା ଓ ସମ୍ବଲପୁରକୁ ବିମାନ ଉଡିଥିବା ବେଳେ କାଲିଠାରୁ ଅନ୍ୟ ସହରକୁ ମଧ୍ୟ ସେବା ଆରମ୍ଭ ହେବ। ଅନ୍ୟପକ୍ଷରେ ସରକାରଙ୍କୁ ନ ଜଣାଇ ସେବା ବନ୍ଦ କରାଯାଇଥିବାରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୭୫ ପ୍ରତିଶତ ସବ୍‌ସିଡ଼ ଅର୍ଥ ବକେୟା ଥିବାରୁ ଶନିବାରଠାରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସେବା ବନ୍ଦ କରିଦେଇଥିଲେ। ଶନିବାର ସମ୍ବଲପୁର […]

author-image
Rakesh Mallick
ଅଦ୍ୟତନ ହୋଇଛି
ସବ୍‌ସିଡ ଅର୍ଥ ମିଳିବା ପରେ ସ୍ୱାଭାବିକ ହେଲା ଏୟାର ଓଡ଼ିଶା ବିମାନ ସେବା

air-odisha

ଭୁବନେଶ୍ୱର: ସବ୍‌ସିଡ ଅର୍ଥ ମିଳିବା ପରେ ସ୍ୱାଭାବିକ ହୋଇଛି ଏୟାର ଓଡ଼ିଶା ବିମାନ ଚଳାଚଳ। ଆଜି ରାଉରକେଲା ଓ ସମ୍ବଲପୁରକୁ ବିମାନ ଉଡିଥିବା ବେଳେ କାଲିଠାରୁ ଅନ୍ୟ ସହରକୁ ମଧ୍ୟ ସେବା ଆରମ୍ଭ ହେବ। ଅନ୍ୟପକ୍ଷରେ ସରକାରଙ୍କୁ ନ ଜଣାଇ ସେବା ବନ୍ଦ କରାଯାଇଥିବାରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Advertisment

୭୫ ପ୍ରତିଶତ ସବ୍‌ସିଡ଼ ଅର୍ଥ ବକେୟା ଥିବାରୁ ଶନିବାରଠାରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସେବା ବନ୍ଦ କରିଦେଇଥିଲେ। ଶନିବାର ସମ୍ବଲପୁର ଓ ରାଉରକେଲାକୁ ସେବା ବନ୍ଦ କରାଯାଇଥିବା ବେଳେ ଆଜି ଜୟପୁରକୁ ବିମାନ ସେବା ବନ୍ଦ କରିଦେଇଥିଲେ। ପାଗ ଖରାପ କାରଣରୁ ବିମାନ ସେବା ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଥିଲେ। ତେବେ ରାଜ୍ୟ ସରକାର ସବ୍‌ସିଡ ବାବଦକୁ ବାକି ଥିବା ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିବା ପରେ ଆଜି ଅପରାହ୍ନରୁ ବିମାନସେବା ସ୍ୱାଭାବିକ ହୋଇଥିଲା।

ଆସନ୍ତା ମାସରୁ କଳାହାଣ୍ଡି ଓ ବଲାଙ୍ଗିରକୁ ସପ୍ତାହକୁ ୩ଦିନ ବିମାନ ସେବା ଯୋଗାଇ ଦିଆଯିବ ବୋଲି ଏୟାର ଓଡ଼ିଶା ଏୟାରପୋର୍ଟ ମ୍ୟାନେଜର ଯୋଶେଫ୍‌ ନାୟକ କହିଛନ୍ତି।

Advertisment

ଅନ୍ୟପକ୍ଷରେ ସରକାରଙ୍କୁ ନ ଜଣାଇ ବିମାନ ସେବା ବନ୍ଦ କରିବା ଏୟାର ଓଡ଼ିଶା ପାଇଁ ମହଙ୍ଗା ପଡିଛି। ସାଧାରଣ ପ୍ରଶାସନ ପକ୍ଷରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରାଯାଇ ଆସନ୍ତା ୨୬ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଜାନୁୟାରୀ ୧୯ ତାରିଖରୁ ରାଜ୍ୟର ୪ଟି ସହରକୁ ଏୟାର ଓଡ଼ିଶା ବିମାନ ସେବା ଆରମ୍ଭ କରିଥିଲା। ଇନ୍ଧନ, ଟ୍ୟାକ୍ସ ଓ ଅନ୍ୟ କ୍ଷେତ୍ର ପାଇଁ ସବ୍‌ସିଡ଼ ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଏୟାର ଓଡ଼ିଶା ମଧ୍ୟରେ ଚୁକ୍ତି ହୋଇଥିଲା।