Advertisment

ଗାଡ଼ିରେ ବୁଲୁଛି ମୋବାଇଲ୍ ଟାୱାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ ଟେଲିକମ୍ ଭାଷାରେ ସେଲ୍ ଅନ୍ ହୁଇଲ୍(ସିଓଡବ୍ଲ୍ୟୁ) କୁହାଯାଉଛି। […]

ଅଦ୍ୟତନ ହୋଇଛି
ଗାଡ଼ିରେ ବୁଲୁଛି ମୋବାଇଲ୍ ଟାୱାର

MOBILE-TOWER

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି।

Advertisment

ଏହାକୁ ଟେଲିକମ୍ ଭାଷାରେ ସେଲ୍ ଅନ୍ ହୁଇଲ୍(ସିଓଡବ୍ଲ୍ୟୁ) କୁହାଯାଉଛି। ଏହାର ଅର୍ଥ ହେଲା, ଗାଡ଼ିରେ ଟାୱାର ସ୍ଥାପନ ହେବ ଏବଂ ଏହା ବିଭିନ୍ନ ସ୍ଥାନକୁ ଭ୍ରମଣ କରି ପାରିବ। କମ୍ପାନୀ ଏହି ଧାରାରେ କେବଳ ପୁରୀ ଓ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୧୩ଟି ସେଲ୍ ଅନ୍ ହୁଇଲ୍ ବା ଭ୍ରାମ୍ୟମାଣ ମୋବାଇଲ୍ ଟାୱାର ବ୍ୟବସ୍ଥା କରିବ ବୋଲି ସୂଚନା ଦେଇଛି। ଏହା ଏଭଳି ଏକ ବ୍ୟବସ୍ଥା ଯାହାକି ଅସ୍ଥାୟୀ ଭାବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମୋବାଇଲ୍ ନେଟୱର୍କ ଯୋଗାଇବାରେ ସହାୟ ହେବ।

ଖବର ଅନୁସାରେ, କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ୍ ଅନ୍ ହୁଇଲ୍ ସେବା ଆରମ୍ଭ କରି ସାରିଛି। ଏ ସମ୍ପର୍କରେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଜରୁରିକାଳୀନ ପରିସ୍ଥିତିରେ ଏୟାରଟେଲ୍ ପ୍ରଥମ ଘରୋଇ କମ୍ପାନୀ ଭାବେ ଏହାର ଉପଭୋକ୍ତାଙ୍କୁ ଏଭଳି ସେବା ପ୍ରଦାନ କରିପାରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe