ଅଜଣା ଯୁବତୀର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ : ଭଦ୍ରକ ୫ ନମ୍ୱର ଜାତୀୟ ରାଜପଥ ବାରିକପୁର କାଳିତୀରା ନିକଟରେ ଥିବା ନୟନାଯୋରୀ  ଭିତରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ  ମିଳିଛି । ଯୁବତୀର ବୟସ ୨୦ରୁ ୨୨ ବୋଲି ଅନୁମାନ କରାଯାଉଛି । ଯୁବତୀଙ୍କ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି  । ଯୁବତୀର ମୃତଦେହ ପିଠି ପଟେ ଆଞ୍ଚୁଡା ଚିହ୍ନ ରହିଥିବାବେଳେ ଯୁବତୀର କାନରୁ ରକ୍ତ ବାହରୁ ଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଖବର ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ପଠାଯାଇଛି । ଯୁବତୀଟିର ପରିଚୟ ଅଦ୍ୟାବିଧି ଜଣା ପଡିନାହିଁ ।