ଅଦ୍ୟତନ ହୋଇଛି
bhadrak
Advertisment
ଭଦ୍ରକ : ଭଦ୍ରକ ୫ ନମ୍ୱର ଜାତୀୟ ରାଜପଥ ବାରିକପୁର କାଳିତୀରା ନିକଟରେ ଥିବା ନୟନାଯୋରୀ ଭିତରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ମିଳିଛି । ଯୁବତୀର ବୟସ ୨୦ରୁ ୨୨ ବୋଲି ଅନୁମାନ କରାଯାଉଛି । ଯୁବତୀଙ୍କ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ଯୁବତୀର ମୃତଦେହ ପିଠି ପଟେ ଆଞ୍ଚୁଡା ଚିହ୍ନ ରହିଥିବାବେଳେ ଯୁବତୀର କାନରୁ ରକ୍ତ ବାହରୁ ଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଖବର ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ପଠାଯାଇଛି । ଯୁବତୀଟିର ପରିଚୟ ଅଦ୍ୟାବିଧି ଜଣା ପଡିନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/IMG-20150519-WA0003.jpg)