Advertisment

ମୁହଁ ଖୋଲିଲେ ସୌମ୍ୟଙ୍କ ସୁସାଇଡ୍ ନୋଟ୍‌ରେ ଥିବା ଅଜୟ: କହିଲେ- ସୋନାଲି ଥିଲା ମୋର ଏକ୍ସ ଗର୍ଲଫ୍ରେଣ୍ଡ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷର ପ୍ରେମ ସମ୍ପର୍କ। ପ୍ରେମିକାକୁ ଅନ୍ଧ ଭଳି ବିଶ୍ୱାସ କରୁଥିଲେ। ସେହି ପ୍ରେମ ସମ୍ପର୍କ ଆଗକୁ ବିବାହର ରୂପ ନେଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ ସବୁ ସରିଗଲା। ପ୍ରେମିକାର ପ୍ରତାରଣାକୁ ସହିନପାରି ଜୀବନ ହାରିଦେଲେ। ସେ ହେଉଛନ୍ତି ଭୁବନେଶ୍ୱର ନନ୍ଦନ ବିହାରରେ ରହୁଥିବା ସୌମ୍ୟରଞ୍ଜନ ପାଣିଗ୍ରାହୀ। ସୋମବାର ସୌମ୍ୟ ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସୌମ୍ୟ ନିଜ ହାତଲେଖା ସୁସାଇଡ୍ ନୋଟ୍ ଛାଡ଼ି ଦେଇଥିଲେ। ଆଉ […]

author-image
Ranjit Kumar Jena
ମୁହଁ ଖୋଲିଲେ ସୌମ୍ୟଙ୍କ ସୁସାଇଡ୍ ନୋଟ୍‌ରେ ଥିବା ଅଜୟ: କହିଲେ- ସୋନାଲି ଥିଲା ମୋର ଏକ୍ସ ଗର୍ଲଫ୍ରେଣ୍ଡ୍

soumya

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷର ପ୍ରେମ ସମ୍ପର୍କ। ପ୍ରେମିକାକୁ ଅନ୍ଧ ଭଳି ବିଶ୍ୱାସ କରୁଥିଲେ। ସେହି ପ୍ରେମ ସମ୍ପର୍କ ଆଗକୁ ବିବାହର ରୂପ ନେଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ ସବୁ ସରିଗଲା। ପ୍ରେମିକାର ପ୍ରତାରଣାକୁ ସହିନପାରି ଜୀବନ ହାରିଦେଲେ। ସେ ହେଉଛନ୍ତି ଭୁବନେଶ୍ୱର ନନ୍ଦନ ବିହାରରେ ରହୁଥିବା ସୌମ୍ୟରଞ୍ଜନ ପାଣିଗ୍ରାହୀ। ସୋମବାର ସୌମ୍ୟ ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସୌମ୍ୟ ନିଜ ହାତଲେଖା ସୁସାଇଡ୍ ନୋଟ୍ ଛାଡ଼ି ଦେଇଥିଲେ। ଆଉ ସେହି ସୁସାଇଡ୍ ନୋଟରେ ସୌମ୍ୟ ନିଜ ପ୍ରେମିକା ସୋନାଲିଙ୍କର ବଡ଼ ଗୁମର ଖୋଲିଛନ୍ତି। ଏହାସହ ସୌମ୍ୟ ନିଜ ପ୍ରେମିକାଙ୍କର ପ୍ରଥମ ପ୍ରେମିକ ଅଜୟ ପାଢୀଙ୍କୁ କ୍ଷମା ମାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଅଜୟ ମଧ୍ୟ ସୋନାଲିଙ୍କ ସହ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଅଜୟ ପାଢ଼ୀ ଓଲିଉଡର ଜଣେ ଯୁବ ନିର୍ଦ୍ଦେଶକ। ସେ କହିଛନ୍ତି, ସୌମ୍ୟ ଏତେ ବଡ଼ ପଦକ୍ଷେପ ନେବେ ବୋଲି ମୁଁ କେବେ ଭାବିନଥିଲି। ସୌମ୍ୟ ଚିଠିରେ ଯେଉଁ ମୋତେ ସରି କହିଛି, ତା’ର କାରଣ ହେଉଛି ସେ (ସୌମ୍ୟ) ହୁଏତ ଭାବୁଥିବେ ତାଙ୍କ ପାଇଁ ଆମ ଦୁଇଜଣଙ୍କର ବ୍ରେକଅପ୍ ହୋଇଗଲା। କିନ୍ତୁ ଏହା ପୂରା ସତ ନୁହେଁ। ୨୦୧୮ରୁ ଆମର ରିଲେସନ୍ ଥିଲା। ଆମ ଭିତରେ ଭଲ ବଣ୍ଡିଂ ଥିଲା। ବ୍ରେକଅପ୍ କରିବାର ନିଷ୍ପତ୍ତି ଆମ ଦୁଇଜଣଙ୍କର ଥିଲା। ଯେହେତୁ ମୁଁ କ୍ୟାରିୟରକୁ ନେଇ ଚିନ୍ତିତ ଥିଲି, ସେଥିପାଇଁ ମୁଁ ସମୟ ଦେଇ ପାରୁନଥିଲି। ମୋତେ ମୋ କାମକୁ ଅଧିକ ସମୟ ଦେବାର ଥିଲା। ତେଣୁ ମୁଁ ସେହି ସମୟରେ ରିଲେସିପରେ ରହିବା ପାଇଁ ଚାହୁଁନଥିଲି। ସେଥିପାଇଁ ଆମେ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଲୁ।

ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୁସାଇଡ୍ ନୋଟରେ ଅଜୟଙ୍କୁ କ୍ଷମା ମାଗିଛନ୍ତି। ଏପରିକି ଅନୁତାପ କରି ମୋବାଇଲରେ ମେସେଜ୍ ମଧ୍ୟ ପଠାଇଥିଲେ। ସେ ମେସେଜ୍ କରି ଲେଖିଥିଲେ, `Im Sorry Ajay... ମୁଁ ତମକୁ କଷ୍ଟ ଦେଇଛି।` ତେବେ କେଉଁ କାରଣ ପାଇଁ ସୌମ୍ୟରଞ୍ଜନ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ସୃଷ୍ଟି ହେଲା ଝଡ଼? ଆଉ ସୌମ୍ୟ କାହିଁକି ଆତ୍ମହତ୍ୟା କଲେ? ତେବେ ସୌମ୍ୟଙ୍କ ପରିବାର ଲୋକଙ୍କ କହିବା କଥା, ପୁଅକୁ ଆତ୍ମହତ୍ୟା ପାଇଁ ଉସୁକାଯାଇଛି। ତେଣୁ ପୁଲିସ ସଂପୃକ୍ତ ଝିଅକୁ ତଦନ୍ତ ପରିସରକୁ ନେଇ ନ୍ୟାୟ ମାଗିଛନ୍ତି ସୌମ୍ୟରଞ୍ଜନଙ୍କ ବାପା। ସୌମ୍ୟଙ୍କ ବାପା କହିଛନ୍ତି, ଗତକାଲି ଠାରୁ ମୁଁ ଯାହା ଅନୁଭବ କଲି ଓ ଦେଖିଲି, ସେହି ଝିଅ ହିଁ ମୋ ପୁଅକୁ ମାରିଛି। ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

Advertisment

ଅନ୍ୟପଟେ ଇନଫୋସିଟି ଥାନା ସମସ୍ତ ଦିଗକୁ ଧରି ଖୋଳତାଡ଼ କରୁଛି। ହ୍ୱାଟ୍ସଆପ୍ ଚାଟ ସହ ମୋବାଇଲ୍ କଲ୍ ଡିଟେଲ୍ସ ସଂଗ୍ରହ ସହ କିଛି ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା କରିଛି। ତାସହ ସଂପୃକ୍ତ ଯୁବତୀଙ୍କୁ ବି ପୁଲିସ ପଚରାଉଚରା କରିବ ବୋଲି କହିଛି। ତେବେ ସୌମ୍ୟଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।