Advertisment

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ: ପାସ୍ ହାର ୯୭.୩୨%

ଭୁବନେଶ୍ୱର: ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟା ବେଳେ ରେଜଲ୍ଟ ପ୍ରକାଶ ପାଇଛି । ସାରା ଦେଶରେ ପାସ୍ ହାର ୯୭.୩୨% ରହିଛି। ଏଥର ଛାତ୍ରୀମାନେ ଛାତ୍ର ମାନଙ୍କ ଠାରୁ ଭଲ କରିଛନ୍ତି। ଛାତ୍ରୀମାନଙ୍କ ପାସ୍ ହାର ୯୭.୮୨% ରହିଥିବା ବେଳେ ଛାତ୍ର ମାନଙ୍କ ପାସ୍ ହାର ରହିଛି ୯୬.୯୮%। ଗତବର୍ଷ ଅପେକ୍ଷା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ ହାର କମିଛି। ଗତବର୍ଷ ପାସ୍ ହାର ୯୮.୮୭% […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ: ପାସ୍ ହାର ୯୭.୩୨%

cbse10

ଭୁବନେଶ୍ୱର: ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟା ବେଳେ ରେଜଲ୍ଟ ପ୍ରକାଶ ପାଇଛି । ସାରା ଦେଶରେ ପାସ୍ ହାର ୯୭.୩୨% ରହିଛି। ଏଥର ଛାତ୍ରୀମାନେ ଛାତ୍ର ମାନଙ୍କ ଠାରୁ ଭଲ କରିଛନ୍ତି। ଛାତ୍ରୀମାନଙ୍କ ପାସ୍ ହାର ୯୭.୮୨% ରହିଥିବା ବେଳେ ଛାତ୍ର ମାନଙ୍କ ପାସ୍ ହାର ରହିଛି ୯୬.୯୮%। ଗତବର୍ଷ ଅପେକ୍ଷା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ ହାର କମିଛି। ଗତବର୍ଷ ପାସ୍ ହାର ୯୮.୮୭% ରହିଥିଲା।

Advertisment

ଓଡିଶାରେ ମୋଟ ୧୮,୨୯୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୦୪୮ ପିଲା ପାସ୍ ହୋଇଛନ୍ତି।  ଓଡିଶାର ପାସ୍ ହାର ୯୮.୬୩% ରହିଛି। ଭୁବନେଶ୍ୱର ଡିଭିଜନରୁ ୫୬,୫୯୩ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫୬,୯୨୦ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି।ତେବେ ପାସ୍ ହାରରେ ଜବାହାର ନବୋଦୟ ବିଦ୍ୟାଳୟ ୯୯.୭୩% ଆଗୁଆ ରହିଛି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୯.୦୮% ହୋଇଥିବା ବେଳେ ବେସରକାରୀ ସ୍କୁଲରେ ୯୬.୫୮% ରହିଛି। ଡିଭିଜନର ଅନ୍ୟ ଦୁଇ ରାଜ୍ୟ ଅପେକ୍ଷା ଓଡିଶାର ପାସ୍ ହାର ଆଗୁଆ ରହିଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

ଛାତ୍ରଛାତ୍ରୀ ମାନେ ସିବିଏସଇରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ଓ ରେଜଲ୍ଟସ.ଏନଆଇସି.ଇନ୍ ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

Advertisment

ଏହି ପରୀକ୍ଷା ଫଳ ଗତକାଲି (ବୁଧବାର) ପ୍ରକାଶିତ ହେବାର ଥିଲା। ତେବେ କୌଣସି କାରଣରୁ ଗତକାଲି ଏହା ପ୍ରକାଶିତ ହୋଇନପାରିବା ପରେ ସିବିଏସଇ କର୍ତ୍ତୃପକ୍ଷ ନିଜ ୱେବସାଇଟ୍ ଜରିଆରେ ଜଣାଇଥିଲେ ଯେ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ। ସାରା ଦେଶରେ ଏଥର ୧୩ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଓଡିଶା ଡିଭିଜନରୁ ୬୦ ହଜାର ଛାତ୍ର ଛାତ୍ରୀ ଏଇ ପରୀକ୍ଷା ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’୨୫ ତାରିଖରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା। ଏଥିରେ ସାରା ଦେଶରେ ୮୨% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ।