ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା

ପୁରୀ: ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରୁ ସକାଳ ଧୂପ, ଭୋଗ ମଣ୍ଡପ ଓ ଜାତ ଭୋଗ ପରେ ପାଟ ପଟୁଆରରେ ନରେନ୍ଦ୍ର ପୁଷ୍ପରିଣୀକୁ ମହାପ୍ରଭୁ ବିଜେ କରିବେ। ଶ୍ରୀମନ୍ଦିର ପୂଜାପଣ୍ଡାମାନେ ଆଜ୍ଞାମାଳ ଆଣିବା ପରେ ରଥ ଖଳାରେ ଚକ ଡେରା ନୀତି ସଂପନ୍ନ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।