Advertisment

ଆଜି ଛେଦନ ହେବ ଶ୍ରୀବଳଭଦ୍ରଙ୍କ ଦାରୁ

ଜଗତସିଂହପୁର:ଆଜି ଛେଦନ ହେବ ଶ୍ରୀବଳଭଦ୍ରଙ୍କ ଦାରୁ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦାରୁ ସ୍ଥଳ ଜଗତସିଂହପୁରର ଝଙ୍କଡର ଶାରଳା ପୀଠ। ଗତକାଲିଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବ । ଏହାପରେ ଆଜି ଅପରାହ୍ଣରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ତେବେ ବେଦଜ୍ଞମାନେ ବଦମନ୍ତ୍ର ପାଠ କରି ମହାଯଜ୍ଞ କାର୍ଯ୍ୟ କରୁଛନ୍ତି। ସକାଳୁ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ପରେ ବିଶ୍ୱାବସୁ,ବିଦ୍ୟାପତିଙ୍କୁ ବରଣ କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତିପରେ ପ୍ରଥମେ ବିଦ୍ୟାପତିଙ୍କ ସୁନାକୁରାଢି, ପରେ ବିଶ୍ୱାବସୁଙ୍କ ରୂପାକୁରାଢି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଜି ଛେଦନ ହେବ ଶ୍ରୀବଳଭଦ୍ରଙ୍କ ଦାରୁ

vlcsnap

ଜଗତସିଂହପୁର:ଆଜି ଛେଦନ ହେବ ଶ୍ରୀବଳଭଦ୍ରଙ୍କ ଦାରୁ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦାରୁ ସ୍ଥଳ ଜଗତସିଂହପୁରର ଝଙ୍କଡର ଶାରଳା ପୀଠ। ଗତକାଲିଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବ । ଏହାପରେ ଆଜି ଅପରାହ୍ଣରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ।

Advertisment

ତେବେ ବେଦଜ୍ଞମାନେ ବଦମନ୍ତ୍ର ପାଠ କରି ମହାଯଜ୍ଞ କାର୍ଯ୍ୟ କରୁଛନ୍ତି। ସକାଳୁ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ପରେ ବିଶ୍ୱାବସୁ,ବିଦ୍ୟାପତିଙ୍କୁ ବରଣ କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତିପରେ ପ୍ରଥମେ ବିଦ୍ୟାପତିଙ୍କ ସୁନାକୁରାଢି, ପରେ ବିଶ୍ୱାବସୁଙ୍କ ରୂପାକୁରାଢି ଏବଂ ତାପରେ ମହାରଣାଙ୍କ ଲୁହାକୁରାଢି ଛୁଆଁ ଯାଇ ଦାରୁଛେଦନ କରାଯିବ। ଦାରୁଛେଦନ କାର୍ଯ୍ୟସମାପନ ପରେ ଅବଶିଷ୍ଠ ଅଂଶକୁ ପାତାଳୀ କରାଯିବ।

ଏହାପରେ ଦାରୁକୁ ଶ୍ରୀମନ୍ଦିରକୁ ନେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶଗଡି ତିଆରି କରାଯିବ। ଏହି ଶଗଡିରେ ଏହିଠାରୁ ଶ୍ରୀବଳଭଦ୍ରଙ୍କ ଦାରୁକୁ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଯିବ। ଏହି ମହାଯଜ୍ଞ ଓ ଶ୍ରୀବଳଭଦ୍ରଙ୍କ ଦାରୁଙ୍କୁ ଦର୍ଶନକରିବା ପାଇଁ ପ୍ରତିଦିନ ଭକ୍ତଙ୍କର ସଅ ଛୁଟୁଛି।

Advertisment