Advertisment

ଆଜି ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଦଇତାପତିମାନେ ମହାପ୍ରଭୁଙ୍କୁ ସ୍ପର୍ଶ କରି ଭକ୍ତ ଦର୍ଶନ କରିବା ପ୍ରସଙ୍ଗ ଉଠାଇ ପାରନ୍ତି। ଏହା ପୂର୍ବରୁ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରଜବେଶ ବେଳେ ଭକ୍ତମାନେ ପୂର୍ବରୁ  ଯେମିତି ଦର୍ଶନ କରୁଥିଲେ ଚଳିତବର୍ଷ ମଧ୍ୟ ସେଭଳି ଦର୍ଶନ ହେବ ବୋଲି ଦଇତାପତି ନିଯୋଗ କହିଛି। ପୂର୍ବବର୍ଷ ଭଳି ଭକ୍ତମାନଙ୍କୁ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ବୋଲି ଗତକାଲି ଅନୁଷ୍ଠିତ ଦଇତାପତି ନିଯୋଗ […]

ଆଜି ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

puri temple

Advertisment

ପୁରୀ: ଆଜି ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଦଇତାପତିମାନେ ମହାପ୍ରଭୁଙ୍କୁ ସ୍ପର୍ଶ କରି ଭକ୍ତ ଦର୍ଶନ କରିବା ପ୍ରସଙ୍ଗ ଉଠାଇ ପାରନ୍ତି। ଏହା ପୂର୍ବରୁ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରଜବେଶ ବେଳେ ଭକ୍ତମାନେ ପୂର୍ବରୁ  ଯେମିତି ଦର୍ଶନ କରୁଥିଲେ ଚଳିତବର୍ଷ ମଧ୍ୟ ସେଭଳି ଦର୍ଶନ ହେବ ବୋଲି ଦଇତାପତି ନିଯୋଗ କହିଛି। ପୂର୍ବବର୍ଷ ଭଳି ଭକ୍ତମାନଙ୍କୁ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ବୋଲି ଗତକାଲି ଅନୁଷ୍ଠିତ ଦଇତାପତି ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ଗତବର୍ଷ  ଦର୍ଶନ ବ୍ୟବସ୍ଥା ଯେଭଳି ଥିଲା ଚଳିତବର୍ଷ ମଧ୍ୟ ତାହା ବଳବତ୍ତର ରହିବ। ସ୍ନାନବେଦୀରେ ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe