ananya
ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ସିଜିନ୍-ଟୁର ଆଜି ଗ୍ରାଣ୍ଡ ଫିନାଲେ। ଚମତ୍କାର ପ୍ରଦର୍ଶନ କରି ଗ୍ରାଣ୍ଡ ଫିନାଲେର ଟପ୍-ଥ୍ରୀରେ ସ୍ଥାନ ପକ୍କା କରିଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ୍ ନନ୍ଦ। ପୂର୍ବରୁ ଏଲିମିନେସନ୍ ରାଉଣ୍ଡ ଗୁଡ଼ିକରେ ଦମଦାର ପ୍ରଦର୍ଶନ କରି ଦର୍ଶକ ଏବଂ ଜଜ୍ ମାନଙ୍କ ମନ ଜିଣିଛନ୍ତି ଅନନ୍ୟା। ଗତକାଲି ଏଲିମିନେସନ୍ ରାଉଣ୍ଡରେ ସୋକୁ ଅତିଥି ହୋଇ ଆସିଥିବା ଅଭିନେତା ଅନୀଲ କାପୁର, ଜନ୍ ଆବ୍ରାହମ୍ ଓ ଶ୍ରୁତି ହସନଙ୍କ ସହ ଜଜେସଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା। ସବୁଥର ଭଳି ଏହି ରାଉଣ୍ଡରେ ମଧ୍ୟ ଅନନ୍ୟାଙ୍କ ଗୀତର ବେଶ୍ ତାରିଫ୍ କରିଥିଲେ ଅତିଥି ଓ ଜଜ୍ ମାନେ। ଆଜି ଏହି ରିୟଲିଟି ସୋ'ର ଗ୍ରାଣ୍ଡ୍ ଫିନାଲେ। ରାଉଣ୍ଡରେ ଅନନ୍ୟାଙ୍କ ସହ ଅଛନ୍ତି ନାହିଦ୍ ଆଫ୍ରିନ୍ ଏବଂ ନିତ୍ୟଶ୍ରୀ ଭେଙ୍କଟ୍ ରମଣନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/0021.jpg)