Advertisment

ଆଜି ମଧୁ ଜୟନ୍ତୀ

ଭୁବନେଶ୍ୱର: ଆଜି ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। କଟକଠାରୁ ୨୦ କିଲୋମିଟର ଦୂର ସତ୍ୟଭାମାପୁରରେ ଆଜିର ଦିନରେ ଏହି ମହାନାୟକ ଜଣକ ଜନ୍ମଗ୍ରହଣ ଥିଲେ । ଉକ୍ରଳଗୌରବ ବା କୁଳବୃଦ୍ଧ ଭାବେ ପରିଚିତ ଏହି ଉକ୍ରଳ ନିର୍ମାତା ବହୁ କଷ୍ଟ ସହି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ।  ତାଙ୍କ ପ୍ରତ୍ୟେକ୍ଷ ପ୍ରଚେଷ୍ଠା ପାଇଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ତାଙ୍କର କୃତ୍ତି ମଧ୍ୟରେ ଉକ୍ରଳ ସନ୍ତାନ, ଜାତି ଇତିହାସ ଓ ଜନନୀର […]

ଅଦ୍ୟତନ ହୋଇଛି
ଆଜି ମଧୁ ଜୟନ୍ତୀ

Madhusudan das

Advertisment

ଭୁବନେଶ୍ୱର: ଆଜି ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। କଟକଠାରୁ ୨୦ କିଲୋମିଟର ଦୂର ସତ୍ୟଭାମାପୁରରେ ଆଜିର ଦିନରେ ଏହି ମହାନାୟକ ଜଣକ ଜନ୍ମଗ୍ରହଣ ଥିଲେ । ଉକ୍ରଳଗୌରବ ବା କୁଳବୃଦ୍ଧ ଭାବେ ପରିଚିତ ଏହି ଉକ୍ରଳ ନିର୍ମାତା ବହୁ କଷ୍ଟ ସହି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ।  ତାଙ୍କ ପ୍ରତ୍ୟେକ୍ଷ ପ୍ରଚେଷ୍ଠା ପାଇଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ତାଙ୍କର କୃତ୍ତି ମଧ୍ୟରେ ଉକ୍ରଳ ସନ୍ତାନ, ଜାତି ଇତିହାସ ଓ ଜନନୀର ଉକ୍ତି ପ୍ରମୁଖ।tribute to madhubabu

Advertisment

ଏଥିପାଇଁ ଚଳଚଞ୍ଚଳ ହୋଇ ପଡିଛି ମଧୁବାବୁଙ୍କ କର୍ମସ୍ଥଳୀ କଟକ ସହର। ଜନ୍ମ ଦିନରେ ଏହି ମହା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧୁବାବୁଙ୍କ ବାସଭବନ, ଶୈଳବାଳା ମହିଳା କଲେଜ ପରିସରରେ ଥିବା ମଧୁ ସଂଗ୍ରହାଳୟ ଏବଂ ଗୋରା କବରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।କଟକ ଜିଲ୍ଲା ପ୍ରଶାସନ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଉକ୍ରଳ ସମ୍ମିଳନୀ ଆଦି ଅନୁଷ୍ଠାନ ସମେତ ବିଭିନ୍ନ ସ୍କୁଲ କଲେଜ ଏବଂ ସାଂସ୍କୃତିକ ଓ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ମଧ୍ୟ ମଧୁ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

ସେହିପରି ଏଜି ଛକ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେପି ଓ କଂଗ୍ରେସ ପକ୍ଷରୁ ମାଲ୍ୟର୍ପଣ କରାଯାଇଛି। ସେ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଇହଲୀଳା ସମ୍ଭରଣ କରିଥିଲେ। ଅନ୍ୟପକ୍ଷରେ ମଧୁବାବୁଙ୍କ ଜନ୍ମସ୍ଥାନ ସାଲେପୁର ଅନ୍ତର୍ଗତ ସତ୍ୟଭାମାପୁରରେ ବି ତାଙ୍କ ସ୍ମୃତି ଉଦେ୍ଧଶ୍ୟରେରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ମଧୁବାବୁଙ୍କ ସ୍ମୃତି ରକ୍ଷଣାବେକ୍ଷଣ ପାଇଁ କୌଣସି ଉଦ୍ୟମ ହେଉ ନଥିବା ଅଭିଯୋଗ ହୋଇଛି। ଅବହେଳିତ ହୋଇ ରହିଛି ମଧୁବାବୁଙ୍କ ପ୍ରାର୍ଥନା ଗୃହ,ମଧୁ ଭବନ। ଗାଁକୁ ଭଲ ରାସ୍ତା ଟିଏ ବି ନାହିଁ । ତେଣୁ ଏହି ମଧୁବାବୁଙ୍କ ଜନ୍ମସ୍ଥାନର ଉନ୍ନତି ଓ ରାଷ୍ଟ୍ରୀୟ ସ୍ମାରକୀ ପୀଠର ମାନ୍ୟତା ଦେବାକୁ ହେଉଛି। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe