ଆଜି ମଧ୍ୟରାତ୍ରରୁ ଧର୍ମଘଟକୁ ଓହ୍ଲାଇବ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

ଭୁବନେଶ୍ୱର: ୭ଦଫା ଦାବି ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ। ଫଳରେ ଆଜି ମଧ୍ୟରାତ୍ରରୁ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିବ। ଆନ୍ଦୋଳନରେ ୯ ଶହରୁ ଅଧିକ କର୍ମଚାରୀ ସାମିଲ ହେବେ। ବାରାମ୍ବାର ଦାବି ସତ୍ତ୍ୱେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ପ୍ରତିବାଦରେ ସଂଘ ଆନ୍ଦୋଳନକୁ  ଓହ୍ଲାଇଥିବା କହିଛି। ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀମାନେ ବହୁବାର ସରକାରଙ୍କ ପାଖରେ ନିଜ ଦାବି ଉପସ୍ଥାପନ କରିଥିଲେ। […]

ambulance

Rakesh Mallick
  • Published: Friday, 19 February 2016
  • , Updated: 19 February 2016, 06:39 AM IST

ଭୁବନେଶ୍ୱର: ୭ଦଫା ଦାବି ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ। ଫଳରେ ଆଜି ମଧ୍ୟରାତ୍ରରୁ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିବ। ଆନ୍ଦୋଳନରେ ୯ ଶହରୁ ଅଧିକ କର୍ମଚାରୀ ସାମିଲ ହେବେ। ବାରାମ୍ବାର ଦାବି ସତ୍ତ୍ୱେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ପ୍ରତିବାଦରେ ସଂଘ ଆନ୍ଦୋଳନକୁ  ଓହ୍ଲାଇଥିବା କହିଛି। ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀମାନେ ବହୁବାର ସରକାରଙ୍କ ପାଖରେ ନିଜ ଦାବି ଉପସ୍ଥାପନ କରିଥିଲେ। ତେବେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏସମା ଲଗାଇ ଧର୍ମଘଟ ନ କରିବାକୁ ଚେତାବନୀ ଦେଇଥିବା ସଂଘ କହିଛି।

ଗତ ଜାନୁଆରୀ ମାସରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହ ଫେବ୍ରୁଆରୀ ୨ ତାରିଖରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଫେବ୍ରୁଆରୀ ୯ ତାରିଖରେ ସରକାରଙ୍କ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଏସମାର ପରିସରଭୁକ୍ତ କରିବାକୁ ନୋଟିସ୍ କାରି କରାଯାଇଛି।

Related story