Advertisment

ଆଜି ନୁହେଁ, ଆସନ୍ତାକାଲି ଶ୍ରୀକ୍ଷେତ୍ର ଅଭିମୁଖେ ଗଡିବ ଜଗନ୍ନାଥଙ୍କ ଦାରୁ ଶଗଡି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ପୁରୀ ଅଭିମୁଖେ ଜଗତର ନାଥ ଜଗନ୍ନାଥଙ୍କ ଦାରୁ ଶଗଡ଼ି ଯାତ୍ରା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ପ୍ରସ୍ତୁତି ଶେଷ ହୋଇନପାରିବାରୁ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ନିଗଲା ବୋଲି ବନଯୋଗ ଦଳପତି ହଳଧର ଦାସମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଗତକାଲି କହିଥିଲେ ଯେ, ମେ’ ୧୩ରେ ଶ୍ରୀଜନ୍ନାଥଙ୍କ ଦାରୁ ଶଗଡି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ […]

ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

jagannathdaru

Advertisment

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ପୁରୀ ଅଭିମୁଖେ ଜଗତର ନାଥ ଜଗନ୍ନାଥଙ୍କ ଦାରୁ ଶଗଡ଼ି ଯାତ୍ରା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ପ୍ରସ୍ତୁତି ଶେଷ ହୋଇନପାରିବାରୁ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ନିଗଲା ବୋଲି ବନଯୋଗ ଦଳପତି ହଳଧର ଦାସମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଗତକାଲି କହିଥିଲେ ଯେ, ମେ’ ୧୩ରେ ଶ୍ରୀଜନ୍ନାଥଙ୍କ ଦାରୁ ଶଗଡି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି। ଦିବ୍ୟଦାରୁଙ୍କ ଚଉପଟ କାମ ପ୍ରାୟ ଶେଷ ହୋଇଯାଇଛି। ଶଗଡ଼ି ନିର୍ମାଣ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଉପଟି କାମ ଶେଷ ହେବା ପରେ ଦାରୁଙ୍କୁ ପାଟବସ୍ତ୍ରରେ ଆବରଣ କରି ଶଗଡ଼ିରେ ବିଜେ କରାଯିବ। ରୀତିନୀତି ସଂପନ୍ନ ପରେ ଅପରାହ୍ଣ ପ୍ରାୟ ୫ଟା ବେଳେ ଦାରୁ ଶଗଡ଼ି ଖରିପଡ଼ିଆରୁ ବାହାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe