ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବେ ବଳଭଦ୍ରଙ୍କ ଦାରୁ

ଭୁବନେଶ୍ୱର: ଆଜି ଅପରାହ୍ନରେ ଝଙ୍କଡ଼ର ମା’ ଶାରଳାଙ୍କ ପୀଠରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ବଡ଼ ଠାକୁର ବଳଭଦ୍ରଙ୍କ ଦାରୁ ଶଗଡ଼ି। ଦିବ୍ୟଦାରୁଙ୍କୁ ନେଇ ଗତକାଲି ଶ୍ରୀକ୍ଷେତ୍ର ଅଭିମୁଖେ ଦାରୁ ଶଗଡ଼ି ଯାତ୍ରା କରିବାର ଯୋଜନା ରହିଥିଲା। ତେବେ ଦାରୁ ଚଉପଟି କାମ ଶେଷ ହୋଇନପାରିବାରୁ ଏହାକୁ ବାତିଲ କରାଯାଇଥିଲା। ଚଉପଟ କାମ ଶେଷ ହୋଇ ଶଗଡ଼ି ନିର୍ମାଣ ବି ସରିଯାଇଥିବାରୁ ଆଜି ଅପରାହ୍ନରେ ବଳଭଦ୍ରଙ୍କ ଦାରୁଙ୍କୁ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଯିବ। ଦାରୁ ଶଗଡ଼ି ଯେଉଁ ବାଟ ଦେଇ […]

vlcsnap

Rakesh Mallick
  • Published: Tuesday, 28 April 2015
  • , Updated: 28 April 2015, 07:34 AM IST

ଭୁବନେଶ୍ୱର: ଆଜି ଅପରାହ୍ନରେ ଝଙ୍କଡ଼ର ମା’ ଶାରଳାଙ୍କ ପୀଠରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ବଡ଼ ଠାକୁର ବଳଭଦ୍ରଙ୍କ ଦାରୁ ଶଗଡ଼ି। ଦିବ୍ୟଦାରୁଙ୍କୁ ନେଇ ଗତକାଲି ଶ୍ରୀକ୍ଷେତ୍ର ଅଭିମୁଖେ ଦାରୁ ଶଗଡ଼ି ଯାତ୍ରା କରିବାର ଯୋଜନା ରହିଥିଲା। ତେବେ ଦାରୁ ଚଉପଟି କାମ ଶେଷ ହୋଇନପାରିବାରୁ ଏହାକୁ ବାତିଲ କରାଯାଇଥିଲା। ଚଉପଟ କାମ ଶେଷ ହୋଇ ଶଗଡ଼ି ନିର୍ମାଣ ବି ସରିଯାଇଥିବାରୁ ଆଜି ଅପରାହ୍ନରେ ବଳଭଦ୍ରଙ୍କ ଦାରୁଙ୍କୁ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଯିବ। ଦାରୁ ଶଗଡ଼ି ଯେଉଁ ବାଟ ଦେଇ ଯିବେ ସେ ରାସ୍ତାକୁ ଚଉଡ଼ା କରି ଦିଆଯାଇଛି। ସେହିପରି ଶଗଡ଼ି କେଉଁ ରାସ୍ତା ଦେଇ ଯିବେ ଓ କେଉଁ ସ୍ଥାନରେ ବିଶ୍ରାମ ନେବେ ସେନେଇ ପ୍ରସ୍ତୁତ ଶେଷ ହୋଇଯାଇଛି। ଶଗଡ଼ି ଝଙ୍କଡ଼ରୁ ଶାରଳାରୋଡ ଦେଇ ତେନ୍ତୁଲିପଦାରେ ପହଞ୍ଚିବା ପରେ କଟକ-ପାରାଦୀପ ମୁଖ୍ୟ ରାସ୍ତା ଦେଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ। ପ୍ରଥମ ଦିନରେ ଶଗଡ଼ି ଜୟପୁର ଛକ ପର୍ଯ୍ୟନ୍ତ ଗଡ଼ିବାର କାର୍ଯ୍ୟକ୍ରମ ରହିଛି। ତା’ପରେ ଆସନ୍ତାକାଲି ଶଗଡ଼ି ଜୟପୁରରୁ ରଘୁନାଥପୁର, କନ୍ଦରପୁର ପର୍ଯ୍ୟନ୍ତ ଯିବେ। ପରେ ଶଗଡ଼ି କଟକ ୫ନଂ ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଓ ପୁରୀ ଯାତ୍ରା କରିବେ। ଶଗଡ଼ି ଟାଣିବା ପାଇଁ ରାସ୍ତାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିବାର ସମ୍ଭାବନା ଥିବାରୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛି । ଗତକାଲି ଏଥିପାଇଁ ପୁଲିସ ପକ୍ଷରୁ ମକଡ୍ରିଲ୍ କରାଯାଇଥିଲା। ଶଗଡ଼ି ଟାଣିବା କାର୍ଯ୍ୟରେ ପୁଲିସ୍ ଓ ଏପିଆର ଫୋର୍ସ ନୟୋଜିତ ହେବେ।

ସୁଭଦ୍ରାଙ୍କ ଦାରୁସ୍ଥଳରେ ପହଞ୍ଚିଲା ଆଜ୍ଞାମାଳ

ଅନ୍ୟପକ୍ଷରେ ଅଢଙ୍ଗଗଡ଼ରେ ଦେବୀ ସୁଭଦ୍ରାଙ୍କ ଦାରୁସ୍ଥଳରେ ଆଜି ଆଜ୍ଞାମାଳ ପହଞ୍ଚି ଯାଇଛି। ଶ୍ରୀମନ୍ଦିର ତଢ଼ଉକରଣ ଅଢ଼ଙ୍ଗଗଡ଼ରେ ପହଞ୍ଚି ଆଜ୍ଞାମାଳ ଦେଇଥିଲେ। ଆଜି ଦଇତାପତିମାନେ ପହଞ୍ଚିବା ପରେ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ ହେବ। ଯଜ୍ଞମଣ୍ଡପ ଓ ଶବରପଲ୍ଲୀ ନିର୍ମାଣ କାମ ସରିଯାଇଛି। ପ୍ରଥମ ଭୂମି ଶୋଧନ ହେବ। ତା’ପରେ ଦାରୁ ବୃକ୍ଷ ସ୍ନାନ, ଅଙ୍କୁରାରୋପଣ ଆଦି ନୀତି କରାଯାଇ ମହାଯଜ୍ଞ ଆରମ୍ଭ ହେବ। ମହାଯଜ୍ଞରେ ପୂର୍ଣ୍ଣାହୁତି ପରେ ଦାରୁ ଛେଦନ ହେବ। ଦେବୀ ସୁଭଦ୍ରାଙ୍କ ଦାରୁଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି। ଦିନ ରାତି ସବୁବେଳେ ନୀଳକଣ୍ଠେଶ୍ୱର ମନ୍ଦର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସୁଭଦ୍ରାଙ୍କ ଦାରୁସ୍ଥଳରେ ଆଙ୍କୁରାରୋପଣ ବିଧି ଆରମ୍ଭ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିବେ ବୋଲି ସୂଚନା ମିଳିଛି।

Related story