Advertisment

ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

ଜଗତସିଂହପୁର/ଭୁବନେଶ୍ୱର: ଆଜି ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ପୁରୀ ଅଭିମୁଖେ ଯାତ୍ରା କରିବେ ଜଗତର ନାଥ ଜଗନ୍ନାଥଙ୍କ ଦାରୁ ଶଗଡ଼ି।  ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି। ରୀତିନୀତି ସଂପନ୍ନ ପରେ ଅପରାହ୍ଣ ପ୍ରାୟ ୫ଟା ବେଳେ ଦାରୁ ଶଗଡ଼ି ଖରିପଡ଼ିଆରୁ ବାହାରି କଟକ-ପାରାଦୀପ ରାସ୍ତାରେ ପହଞ୍ଚିବ। ବିଭିନ୍ନ ସ୍ଥାନରେ ରହଣୀ ସହ କଟକ, ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ ଦିବ୍ୟଦାରୁଙ୍କ ଏହି ଶଗଡ଼ି। ଅନ୍ୟପକ୍ଷରେ ବିଦାୟ ବେଳ ପାଖେଇ ଆସୁଥିବାରୁ ଖରିପଡ଼ିଆର ଲୋକେ […]

ଅଦ୍ୟତନ ହୋଇଛି
ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

jagannathdaru

Advertisment

ଜଗତସିଂହପୁର/ଭୁବନେଶ୍ୱର: ଆଜି ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ପୁରୀ ଅଭିମୁଖେ ଯାତ୍ରା କରିବେ ଜଗତର ନାଥ ଜଗନ୍ନାଥଙ୍କ ଦାରୁ ଶଗଡ଼ି।  ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି। ରୀତିନୀତି ସଂପନ୍ନ ପରେ ଅପରାହ୍ଣ ପ୍ରାୟ ୫ଟା ବେଳେ ଦାରୁ ଶଗଡ଼ି ଖରିପଡ଼ିଆରୁ ବାହାରି କଟକ-ପାରାଦୀପ ରାସ୍ତାରେ ପହଞ୍ଚିବ। ବିଭିନ୍ନ ସ୍ଥାନରେ ରହଣୀ ସହ କଟକ, ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ ଦିବ୍ୟଦାରୁଙ୍କ ଏହି ଶଗଡ଼ି। ଅନ୍ୟପକ୍ଷରେ ବିଦାୟ ବେଳ ପାଖେଇ ଆସୁଥିବାରୁ ଖରିପଡ଼ିଆର ଲୋକେ ଭାବବିହ୍ୱଳ ହୋଇଯାଇଛନ୍ତି।

Advertisment

ଆଜି ଦାରୁ ଶଗଡ଼ି ଗଡ଼ିବା ନେଇ ମଙ୍ଗଳବାର ସୂଚନା ଦେଇଥିଲେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।। ସେ କହିଥିଲେ ଯେ ଦିବ୍ୟଦାରୁଙ୍କ ଚଉପଟ କାମ ପ୍ରାୟ ଶେଷ ହୋଇଯାଇଛି। ଶଗଡ଼ି ନିର୍ମାଣ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଉପଟି କାମ ଶେଷ ହେବା ପରେ ଦାରୁଙ୍କୁ ପାଟବସ୍ତ୍ରରେ ଆବରଣ କରି ଶଗଡ଼ିରେ ବିଜେ କରାଯିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ୧୪ ତାରିଖରେ ମାସନ୍ତ ପଡୁଥିବାରୁ ଦାରୁଙ୍କୁ ଆସନ୍ତାକାଲି ହିଁ ଶ୍ରୀକ୍ଷେତ୍ର ଅଭିମୁଖେ ନେଇ ଯାତ୍ରା ଆରମ୍ଭ କରାଯିବ।

Advertisment

ଆସନ୍ତାକାଲି ଦାରୁ ଏଠାରୁ ଯାତ୍ରା ଆରମ୍ଭ କଲେ ମେ’୧୮ ଅବା ୧୯ ତାରିଖରେ ଶ୍ରୀକ୍ଷେତ୍ର ପହଞ୍ଚିଯିବେ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱର ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ଯିବା ବେଳେ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ଯୋଜନା କରିଛି କମିଶନରେଟ ପୋଲିସ। ଦାରୁ ଶଗଡ଼ିର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ସଂକ୍ରାନ୍ତରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ୍ କମିଶନର୍। ଦାରୁ ଶଗଡ଼ି ଯେଉଁଠି ଅଟକିବେ ସେଠାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ସବିଶେଷ ଆଲୋଚନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe