ଜଗତସିଂହପୁର: ଦାରୁଦେବତାଙ୍କ ଲୀଳାକୁ ନେଇ ଉତ୍ସବମୁଖର ଜଗସିଂହପୁର ଜିଲ୍ଲା। ଝଙ୍କଡର ମାଆ ଶାରଳାଙ୍କ ପୀଠରୁ ଆଜି ବଡଠାକୁରଙ୍କ ବଳଭଦ୍ର ଦାରୁଙ୍କୁ ଶ୍ରାୀ କ୍ଷେତ୍ର ଅଭିମୁଖେ ନିଆଯିବାର ସମ୍ଭବନା ରହିଛି। ବଡଠାକୁର ବଳଭଦ୍ରଙ୍କ ଦାରୁ ଚଉପଟ କାମ ସରିବା ସାଙ୍ଗକୁ କିଛି ଗୁପ୍ତ ନୀତି ଚାଲିଛି। ତା ସହିତ ଶଗଡି ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ବଳଭଦ୍ରଙ୍କ ଦାରୁଙ୍କୁ ମେଲାଣି ଦେବା ପରେ ଦଇତାପତିମାନେ ଶୁଭଦ୍ରାଙ୍କ ଦାରୁ ନିକଟକୁ ଯିବେ।
ସେପଟେ ଦଇତାପତିଙ୍କୁ ଅଢଙ୍ଗଗଡ ଅପେକ୍ଷା କରିଛି । ଦେବୀ ସୁଭଦ୍ରାଙ୍କ ଦାରୁସ୍ଥଳରେ ଯଜ୍ଞସ୍ଥଳରେ ଯଜ୍ଞମଣ୍ଡପ ଓ ଶବରପଲ୍ଲୀର ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ପ୍ରତିଦିନ ହଜାର ହଜାର ଲୋକ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରଙ୍ଗଣରେ ଥିବା ଦାରୁ ଦେଖିବାକୁ ପହଞ୍ଚୁଛନ୍ତି। ବଳଭଦ୍ରଙ୍କ ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବା ପରେ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ବନଯୋଗ ଯାତ୍ରୀ ଅଢଙ୍ଗଗଡରେ ପହଞ୍ଚିବେ। ସୁଭଦ୍ରାଙ୍କ ଦାରୁ ଛେଦନ ପ୍ରକ୍ରି୍ରୟା ଆରମ୍ଭ ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Guest Column
ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ସରକାର?
ଓଡ଼ିଶାରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଏବେ କୌଣସି ଦ୍ୱନ୍ଦ ନାହିଁ। ସେହି ଦୃଷ୍ଟିରୁ ଏହି ଶିକ୍ଷାନୀତି ବଳରେ ରାଜ୍ୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷା ବିକଶିତ ହେବ ଓ ସବୁ ଶ୍ରେଣୀର ଲୋକ ଗୁଣାତ୍ମକ ଶିକ୍ଷା ସବୁ ସ୍ତରରେ ପାଇବେ ସେନେଇ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କ ପକ୍ଷରୁ ଯେପରି ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ।

Politics
ସରକାରୀ ନିୟମକୁ ଫୁ’: ଓରେରାରେ ୭୦ବର୍ଷର କର୍ମଚାରୀଙ୍କୁ ପୁଣି ଥଇଥାନ, ସଚିବଙ୍କ କ୍ଷମତା ହ୍ରାସ
ସବୁ ନିୟମକୁ ଫୁ’ କରି ରାତାରାତି ଜଣେ ଷ୍ଟେନୋ ପାହ୍ୟା(ବ୍ୟକ୍ତିଗତ ସହାୟକ/ବ୍ୟକ୍ତିଗତ ସଚିବ)ର ୭୦ବର୍ଷ ବୟସ୍କ ଅବସରପ୍ରାପ୍ତ କର୍ମଚାରୀ କୈଳାସ ଚନ୍ଦ୍ର ଚୌଧୁରୀଙ୍କୁ ଗତ ମାର୍ଚ୍ଚ ୨୯ତାରିଖରେ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ଓରେରା)ରେ କନସଲଟାଣ୍ଟ ଭାବେ ଥଇଥାନ କରାଯାଇଛି ।

Politics
ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ
୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

Guest Column
ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ
ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍ସ ଆଣ୍ଡ ବିଜିନେସ୍) ସ୍ପିକର୍ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।