Advertisment

ଆଜିଠୁ ବଦଳିବ ପାଗ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗ। କମିବ ଖରାତାତି। ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ମଳିବ। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମଧ୍ୟ ମିଳିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା […]

ଅଦ୍ୟତନ ହୋଇଛି
ଆଜିଠୁ ବଦଳିବ ପାଗ

Heatwave

Advertisment

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗ। କମିବ ଖରାତାତି। ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ମଳିବ। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମଧ୍ୟ ମିଳିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।

Advertisment

କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବା ସହ ୨୭ ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ। ଏହି ସମୟରେ ଘଡ଼ଘଡି ସହ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ପବନ ସହ ମେଘମୁକ୍ତ ଆକାଶ ପାଇଁ ଗତ କିଛିଦିନ ହେବ ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥିଲା।

ସିକିମ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ଏବଂ ସେଠାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରାପଲାଇନ ପ୍ରଭାବ ଯୋଗୁଁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସ୍ଥିତି ଏପରି ଯେ, ସକାଳ ୧୦ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସେହିପରି ଅନୁଗୁଳରେ ମଧ୍ୟ ଅଗ୍ନିବର୍ଷା ହେଉଛି । ଗଲା ୫ ଦିନ ଧରି ପାରଦ ରହୁଛି ୪୦ ଡିଗ୍ରୀ ଉପରେ। ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ତାଳଚେରରେ ମଧ୍ୟ ସମାନ ପରିସ୍ଥିତି ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe