Advertisment

ଆଜିଠୁ ଭିତରକନିକା ବନ୍ଦ

ଭୁବନେଶ୍ୱର: ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡିଏଫଓ ଦେଇଛନ୍ତି ଏହି ସୂଚନା। ଏହି ସମୟ ମଧ୍ୟରେ ଭିତରକନିକାରେ ପ୍ରବାହିତ ନଦୀନାଳରେ ରହୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। କୁମ୍ଭୀରମାନେ ଅଣ୍ଡା ଦେଇଥାଆନ୍ତି। ବନ ବିଭାଗ ପକ୍ଷରୁ କୁମ୍ଭୀର ଦେଉଥିବା ବସାରୁ ଅଣ୍ଡା ସଂଗ୍ରହ କରାଯାଏ ଓ କୃତ୍ରିମ ଉପାୟରେ ଜାତୀୟ ଉଦ୍ୟାନ ଭିତରେ ଥିବା ପଜନନ କେନ୍ଦ୍ରର ଯତ୍ନ ନିଆଯାଏ। […]

ଆଜିଠୁ ଭିତରକନିକା ବନ୍ଦ

bhitarakanika

Advertisment

ଭୁବନେଶ୍ୱର: ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡିଏଫଓ ଦେଇଛନ୍ତି ଏହି ସୂଚନା। ଏହି ସମୟ ମଧ୍ୟରେ ଭିତରକନିକାରେ ପ୍ରବାହିତ ନଦୀନାଳରେ ରହୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। କୁମ୍ଭୀରମାନେ ଅଣ୍ଡା ଦେଇଥାଆନ୍ତି। ବନ ବିଭାଗ ପକ୍ଷରୁ କୁମ୍ଭୀର ଦେଉଥିବା ବସାରୁ ଅଣ୍ଡା ସଂଗ୍ରହ କରାଯାଏ ଓ କୃତ୍ରିମ ଉପାୟରେ ଜାତୀୟ ଉଦ୍ୟାନ ଭିତରେ ଥିବା ପଜନନ କେନ୍ଦ୍ରର ଯତ୍ନ ନିଆଯାଏ। ୬୦ ଦିନ ପରେ ସେଥିରୁ ଛୁଆ ଜନ୍ମ ହୋଇଥାଆନ୍ତି। ବର୍ଷେ ପର୍ଯ୍ୟନ୍ତ ସେହି ଛୁଆଗୁଡ଼ିକର ଯତ୍ନ ନିଆଯାଏ ଓ ପରେ ନଦୀରେ ଛାଡ଼ି ଦିଆଯାଏ। ୧୯୭୫ ମସିହାରୁ ଆଜି ଯାଏଁ ଜାତୀୟ ଉଦ୍ୟାନର ନଦୀନାଳରେ ୧୬୦୦ରୁ ଅଧିକ କୁମ୍ଭୀର ରହୁଛନ୍ତି। ଏହାଛଡ଼ା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ଖରସ୍ରୋତା ନଦୀରେ ମଧ୍ୟ ବଉଳା କୁମ୍ଭୀର ରହିଥାଆନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe