Advertisment

'ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ' ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଣ୍ଡିତ ଦିନଦୟାଲ୍‌ ଉପାଧ୍ୟାୟଙ୍କ ଜନ୍ମ ଦିବସରେ ରିତେଶ ପୃଷେଠଙ୍କ ଦ୍ୱାରା ଅନୁବାଦିତ ‘ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ’ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ୟୁନିଟ୍‌ ୯ରେ ଥିବା ଜୟ ଭାରତ ଭବନରେ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ବହିର ଉନ୍ମୋଚନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିଲେ। ସାଂସଦ ଅପରାଜିତା ଷଡଙ୍ଗୀ ଏହି ଅବସରରେ ଦିନଦୟାଲଙ୍କ ବିଚାର ଓ ଏକତ୍ମତା ମାନବବାଦ ଉପରେ ଗୁରୁତ୍ୱାରୋପ କରିଥିଲେ। […]

author-image
Manoranjan Sial
ଅଦ୍ୟତନ ହୋଇଛି
'ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ' ପୁସ୍ତକ ଉନ୍ମୋଚିତ

Book

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଣ୍ଡିତ ଦିନଦୟାଲ୍‌ ଉପାଧ୍ୟାୟଙ୍କ ଜନ୍ମ ଦିବସରେ ରିତେଶ ପୃଷେଠଙ୍କ ଦ୍ୱାରା ଅନୁବାଦିତ 'ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ' ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ୟୁନିଟ୍‌ ୯ରେ ଥିବା ଜୟ ଭାରତ ଭବନରେ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ବହିର ଉନ୍ମୋଚନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିଲେ।

Advertisment

ସାଂସଦ ଅପରାଜିତା ଷଡଙ୍ଗୀ ଏହି ଅବସରରେ ଦିନଦୟାଲଙ୍କ ବିଚାର ଓ ଏକତ୍ମତା ମାନବବାଦ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜିର ସମୟରେ ଦିନଦୟାଲଙ୍କ ବିଚାର ଓ ଚିନ୍ତାଧାରାକୁ ସମସ୍ତଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ତାଙ୍କ ସରକାର କିଭଳି ଭାବେ ଏହି ବିଚାର ଭିତ୍ତିରେ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ସମାଜର ଶେଷ ଧାଡ଼ିରେ ଥିବା ଲୋକେ କିଭଳି ଏହା ଦ୍ୱାରା ଲାଭାନ୍ୱିତ ହେଉଛନ୍ତି ସେ ବିଷୟରେ ମତ ରଖିଥିଲେ। ଏଥିସହିତ ନିୟମିତ ଭାବେ ଏହି ବିଚାର ସମ୍ପର୍କରେ ଆଲୋଚନା ଚକ୍ର ପାଇଁ ପ୍ରସ୍ତାବ ରଖିଥିଲେ। ଏହାପରେ ପୁସ୍ତକଟି ଉନ୍ମୋଚନ କରାଯାଇଥିଲା।

ସମ୍ମାନିତ ଅତିଥିଭାବେ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଦୀନ ଦୟାଲ ଉପାଧ୍ୟାୟଙ୍କ ମଧ୍ୟରେ ଥିବା ବିଚାର ଧାରାର ସାମଞ୍ଜସ୍ୟକୁ ବଖାଣିଥିଲେ। ସେ କହିଥିଲେ, ଏ ବହିଟି ସମସ୍ତଙ୍କ ପାଇଁ ଉପାଦେୟ।

Advertisment

ଅନ୍ୟପକ୍ଷରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ବିଚାର ଘରେ ଘରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ନାଇଜର୍‌ର ରେଜିଷ୍ଟାର ଅଭୟ ନାୟକ ବକ୍ତବ୍ୟ ରଖିଥିଲେ।

ଓଡ଼ିଆରେ ପଣ୍ଡିତ ଉପାଧ୍ୟାୟଙ୍କର ସାହିତ୍ୟ ତଥା ବିଚାର ଧାରା ସହିତ ସମ୍ୱନ୍ଧିତ ବହିର ସଂଖ୍ୟା ବହୁତ କମ୍‌ ଥିବାରୁ ଏହି ବହିଟି ପାଠକମାନଙ୍କ ପାଇଁ ବେଶ୍‌ ଉପାଦେୟ ହୋଇପାରିବ ବୋଲି ବହିର ଲେଖକ ତଥା ଅନୁବାଦକ ରିତେଶ ପୃଷେଠ ମତବ୍ୟକ୍ତ କରିଥିଲେ। ରିତେଶ ପୃଷେଠଙ୍କର ଏପରି ଉଦ୍ୟମକୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ତଥା ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ। ଶେଷରେ ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ସମାଜସେବୀ ଉମେଶ ଖଣ୍ଡେଲୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜସେବୀ ଉମେଶ ଖଣ୍ଡେଲୱାଲ ସ୍ୱାଗତ ଭାଷଣ ଦେଇ ସଭାକୁ ଆରମ୍ଭ କରିଥିଲେ। ଏହା ପରେ ଶିକ୍ଷକ ତଥା ସମାଜସେବୀ ଲକ୍ଷ୍ମଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକୁ ସଂଚାଳନ କରିଥିଲେ।