Advertisment

ସହାୟତାର ହାତ ବଢ଼ାଇଲେ ଆକାଶ

ଭୁବନେଶ୍ୱର (ଓଡ଼ଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଓଲିଉଡ୍ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାତ୍ୟା ପୀଡ଼ିତଙ୍କ ସହାୟତା ପାଇଁ ୧ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି। ବାତ୍ୟାବିପନ୍ନଙ୍କୁ ଆର୍ଥିକ ସାହାଯ୍ୟ କରିବାରେ ବୋଧହୁଏ ଆକାଶ ହେଉଛନ୍ତି ପ୍ରଥମ ଓଡ଼ିଆ ସିନେ ତାରକା। କାରଣ ଏ ପର୍ଯ୍ୟନ୍ତ କୌଣସି ଓଡ଼ିଆ ଅଭିନେତା ବା ଅଭିନେତ୍ରୀ ବାତ୍ୟା ବିପନ୍ନଙ୍କ ପାଇଁ […]

ସହାୟତାର ହାତ ବଢ଼ାଇଲେ ଆକାଶ

akhyak

Advertisment

ଭୁବନେଶ୍ୱର (ଓଡ଼ଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଓଲିଉଡ୍ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାତ୍ୟା ପୀଡ଼ିତଙ୍କ ସହାୟତା ପାଇଁ ୧ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି। ବାତ୍ୟାବିପନ୍ନଙ୍କୁ ଆର୍ଥିକ ସାହାଯ୍ୟ କରିବାରେ ବୋଧହୁଏ ଆକାଶ ହେଉଛନ୍ତି ପ୍ରଥମ ଓଡ଼ିଆ ସିନେ ତାରକା। କାରଣ ଏ ପର୍ଯ୍ୟନ୍ତ କୌଣସି ଓଡ଼ିଆ ଅଭିନେତା ବା ଅଭିନେତ୍ରୀ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବାର ଖବର ସାମ୍ନାକୁ ଆସି ନାହିଁ।

Advertisment

କିଛି ଦିନ ପୂର୍ବରୁ ବଲିଉଡ୍ ସୁପର ଷ୍ଟାର ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଦିନକ ପୂର୍ବରୁ ଆଦାନୀ ଗ୍ରୁପ ୨୫ କୋଟି ଟଙ୍କା ପ୍ରଦାନ କରିଛି। ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ଦେବାକୁ ମଧ୍ୟ ଅପିଲ୍ କରିଛନ୍ତି।

ହେଲେ ଓଡିଶାରେ ବହୁ ଖ୍ୟାତନାମା ଅଭିନେତା-ଅଭିନେତ୍ରୀ, ତଥା ଉଭୟ ରାଜନୀତି ଓ ଅଭିନୟରେ ସକ୍ରୀୟ ଥିବା ଷ୍ଟାର କେହିବି ଏପର୍ଯ୍ୟନ୍ତ ଆର୍ଥିକ ସହଯୋଗ କରିଥିବା ଖବର ସାମ୍ନାକୁ ଆସିନାହିଁ।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଜେଡ଼ିରୁ କୋରେଇ ବିଧାନସଭା ଆସନ ପାଇଁ ଟିକେଟ ପାଇ ବହୁ ଭୋଟରେ ପୂର୍ବଥର ବିଜୟ ଲାଭ କରିଥିବା ଆକାଶ ୨୦୧୯ ନିର୍ବାଚନ ପାଇଁ ସେଠାରୁ ପାର୍ଟି ଟିକେଟ ପାଇ ନାହାନ୍ତି। ସେହିପରି ଟିକେଟ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି କି ଦଳ ମଧ୍ୟ ଛାଡ଼ି ନାହାନ୍ତି। ବରଂ ଆନୁଗତ୍ୟ ସ୍ୱୀକାର କିର ପ୍ରତିକୂଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe