Advertisment

ବ୍ରଜରାଜନଗର ଉପନିର୍ବାଚନ: ରେସ୍‌ରେ ଆଗରେ ଅଳକା, ବିଜେପିକୁ ପଛରେ ପକାଇଲା କଂଗ୍ରେସ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲାଣି ଅଧାରୁ ଅଧିକ ଗଣତି। ମୋଟ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ୧୯ ରାଉଣ୍ଡ ଗଣତି ଶେଷ ହୋଇଛି । ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କ ଖାତାକୁ ଯାଇଛି ୮୮, ୮୫୦ଭୋଟ । ଗତ ରାଉଣ୍ଡଗୁଡ଼ିକରେ ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେଉଥିବା ବେଳେ ଏଥର କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ । ବିଜେପିକୁ ପଛରେ ପକାଇ ରେସ୍‌ରେ ଦ୍ୱିତୀୟରେ ରହିଛି କଂଗ୍ରେସ । […]

ଅଦ୍ୟତନ ହୋଇଛି
ବ୍ରଜରାଜନଗର ଉପନିର୍ବାଚନ: ରେସ୍‌ରେ ଆଗରେ ଅଳକା, ବିଜେପିକୁ ପଛରେ ପକାଇଲା କଂଗ୍ରେସ

candidate

Advertisment

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲାଣି ଅଧାରୁ ଅଧିକ ଗଣତି। ମୋଟ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ୧୯ ରାଉଣ୍ଡ ଗଣତି ଶେଷ ହୋଇଛି ।

Advertisment

୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କ ଖାତାକୁ ଯାଇଛି ୮୮, ୮୫୦ଭୋଟ । ଗତ ରାଉଣ୍ଡଗୁଡ଼ିକରେ ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେଉଥିବା ବେଳେ ଏଥର କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ । ବିଜେପିକୁ ପଛରେ ପକାଇ ରେସ୍‌ରେ ଦ୍ୱିତୀୟରେ ରହିଛି କଂଗ୍ରେସ । କଂଗ୍ରେସର କିଶୋର ପଟେଲଙ୍କୁ ୨୫,୯୨୭ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କ ଝୁଲାକୁ ଯାଇଛି ୨୧,୬୫୦ ଭୋଟ ।

ସ୍ୱାମୀ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଅଳକା ମହାନ୍ତି ଜନସାଧାରଣଙ୍କ ବିପୁଳ ସମର୍ଥନ ପାଇ ବେଶ୍‌ ଖୁସି ଅଛନ୍ତି। ଫଳାଫଳ ଘୋଷଣାକୁ ଆଉ ମାତ୍ର ଗୋଟିଏ ରାଉଣ୍ଡ ବାକିଥିବା ବେଳେ ଏବେ ଅଳକା ଉଭୟ ରାଧାରାଣୀ ଓ କିଶୋର ପଟେଲଙ୍କଠାରୁ ରେସ୍‌ରେ ଖୁବ୍‌ ଆଗରେ ରହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁ ବ୍ରଜରାଜନଗରବାସୀଙ୍କୁ ବିପୁଳ ଭୋଟ ମିଳୁଥିବା କହିଛନ୍ତି ଅଳକା । ଜିତିଲେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ଏଥିସହ ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe