Advertisment

ଜୀବନ ଯୁଦ୍ଧରେ ହାରିଗଲେ ଦୀପା ସାହୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଗଲେ ଓଲିଉଡ୍‌ ତଥା ଆଲବମ ଜଗତର ଚୁଲବୁଲି ନାୟିକା  ଅଭିନେତ୍ରୀ ଦୀପା ସାହୁ। ଅନେକ ଦିନ ଧରି ସେ ଜରାୟୁ କର୍କଟରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଏକ ବେସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। […]

ଅଦ୍ୟତନ ହୋଇଛି
ଜୀବନ ଯୁଦ୍ଧରେ ହାରିଗଲେ ଦୀପା ସାହୁ

DIPA

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଗଲେ ଓଲିଉଡ୍‌ ତଥା ଆଲବମ ଜଗତର ଚୁଲବୁଲି ନାୟିକା  ଅଭିନେତ୍ରୀ ଦୀପା ସାହୁ। ଅନେକ ଦିନ ଧରି ସେ ଜରାୟୁ କର୍କଟରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଏକ ବେସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଆଜି ତାଙ୍କ ସ୍ୱାମୀ ମନିନ୍ଦ୍ର ଦତ୍ତ ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଦୀପା ବର୍ଷେ ହେବ ଜରାୟୁ କର୍କଟରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। କେମୋ ଥେରାପି ଚାଲିଥିଲା। ହେଲେ ତିନିରୁ ଚାରି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଅବସ୍ଥା ଅଧିକ ବିଗିଡ଼ିବାରୁ ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଦୀପା ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରୀର ଜଣେ ବେଶ୍ ପରିଚିତ ଚେହେରା ଥିଲେ। ଏକାଧିକ ଆଲବମ୍‌ରେ ସେ ଅଭିନୟ କରିଛନ୍ତି। ଏହାସହ କିଛି ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe