Advertisment

‘ତୋର ଚକଲେଟ୍ ଖିଆ ବୟସ ଯାଇନି’ ହିରୋଇନ ଏବେ ଫଳ ବେପାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୋର ଚକଲେଟ୍ ଖିଆ ବୟସ ଯାଇନି’, ‘ପ୍ରେମ କୋଉଠୁ ଶିଖିଲୁରେ’ ଆଦି ଆଲବମ୍‌ରେ ସେ ସାଜିଥିଲେ ଚୁଲବୁଲି ଅଭିନେତ୍ରୀ। ଦଶ ବର୍ଷ ତଳେ ଦର୍ଶକ ତାଙ୍କୁ ଦେଖିବାକୁ ପାଗଳ ହୋଇ ଯାଉଥିଲେ। ମଞ୍ଚ ଓ ଆଲବମ୍ ଅଭିନେତ୍ରୀ ଭାବେ ଖୁବ୍‌ ନାଁ ବି କମାଇଥିଲେ। ହେଲେ ଏବେ ସବୁ ବନ୍ଦ। କରୋନା ଯୋଗୁ ଟିଭି ସିରିଏଲ, ମଞ୍ଚ ନାଟକ ଅବା ଷ୍ଟେଜ୍ ଶୋ’ ସବୁ ବନ୍ଦ ହେବ ପରେ ଘରେ ଚୁଲି ଜଳିବା କଷ୍ଟକର […]

ଅଦ୍ୟତନ ହୋଇଛି
‘ତୋର ଚକଲେଟ୍ ଖିଆ ବୟସ ଯାଇନି’ ହିରୋଇନ ଏବେ ଫଳ ବେପାରୀ

rinki

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୋର ଚକଲେଟ୍ ଖିଆ ବୟସ ଯାଇନି’, ‘ପ୍ରେମ କୋଉଠୁ ଶିଖିଲୁରେ’ ଆଦି ଆଲବମ୍‌ରେ ସେ ସାଜିଥିଲେ ଚୁଲବୁଲି ଅଭିନେତ୍ରୀ। ଦଶ ବର୍ଷ ତଳେ ଦର୍ଶକ ତାଙ୍କୁ ଦେଖିବାକୁ ପାଗଳ ହୋଇ ଯାଉଥିଲେ। ମଞ୍ଚ ଓ ଆଲବମ୍ ଅଭିନେତ୍ରୀ ଭାବେ ଖୁବ୍‌ ନାଁ ବି କମାଇଥିଲେ। ହେଲେ ଏବେ ସବୁ ବନ୍ଦ। କରୋନା ଯୋଗୁ ଟିଭି ସିରିଏଲ, ମଞ୍ଚ ନାଟକ ଅବା ଷ୍ଟେଜ୍ ଶୋ’ ସବୁ ବନ୍ଦ ହେବ ପରେ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ୁଛି। ଏପରି ସ୍ଥିତିରେ ଦିନେ ଆଲବମ୍‌ ଦୁନିଆରେ କୁଇନ୍‌ ସାଜିଥିବା ପ୍ରତିଭା ମହାରଣା ଓରଫ ରିଙ୍କି ଆଜି ରାସ୍ତା କଡ଼ରେ ଫଳ ବିକୁଛନ୍ତି। କରୋନା ତାଙ୍କୁ  ଫଳ ବେପାରୀ ସଜେଇ ଦେଲା।

Advertisment

କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଅଭାବ ଅନଟନରେ ରହିଛନ୍ତି। ବିଶେଷ କରି କଳାକାରମାନେ ଏଥିରୁ ବାଦ ପଡ଼ିନାହାନ୍ତି।  ଟିଭି ସିରିଏଲ, ମଞ୍ଚ ନାଟକ ଅବା ଷ୍ଟେଜ୍ ଶୋ’ ସବୁ ବନ୍ଦ ହେବା ପରେ ରାଜରାସ୍ତାକୁ ଚାଲି ଆସିଛନ୍ତି ବହୁ କଳାକାର। ଆୟର ସବୁ ରାସ୍ତା ବନ୍ଦ ହେବା ପରେ ଜଣେ ଅଭିନେତ୍ରୀ ଏବେ ଫଳ ବେପାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।publive-image

ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ମଞ୍ଚ ଓ ଆଲବମ୍ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି।  ଏବେ ସେ ଭୁବନେଶ୍ୱର ଘାଟିକିଆ ନିକଟରେ ଫଳ ବିକ୍ରି କରୁଛନ୍ତି। ୪ ମାସରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ଥିବାରୁ ଆୟର ଆଉ କୌଣସି ସ୍ରୋତ  ପାଇ ନ ଥିଲେ ରିଙ୍କି । ତେଣୁ ପରିବାର ପେଟ ପୋଷିବା ପାଇଁ ଏବେ ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି। ତେବେ ରୋଜଗାର ପାଇଁ ଫଳ ବିକ୍ରିକୁ ମାଧ୍ୟମ କରିଥିଲେ ମଧ୍ୟ ବେପାର ହେଉନାହିଁ। ଦଶବର୍ଷ ତଳେ ଲୋକପ୍ରିୟ ମ୍ୟୁଜିକ ଆଲବମ୍‌-‘ତୋର ଚକଲେଟ୍ ଖିଆ ବୟସ ଯାଇନି’, ‘ପ୍ରେମ କୋଉଠୁ ଶିଖିଲୁରେ’  ରେ ଅଭିନେତା ସୁମନଙ୍କ ବିପକ୍ଷରେ ସେ ନାୟିକା ସାଜିଥିଲେ।  ପରଦା ଓ ମଞ୍ଚରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଥିଲେ। ଆଜି କିନ୍ତୁ ନିଜ ରୋଜଗାରକୁ ନେଇ ଚିନ୍ତିତ ରିଙ୍କି।

Advertisment

ଏ ସମ୍ପର୍କରେ ରିଙ୍କି କହିଛନ୍ତି,“ ଘରେ ମୋ ମାଆ ଅଛନ୍ତି। ସେ ପାରାଲିସ୍ ରୋଗୀ। ବାପାଙ୍କ ବୟସ ହୋଇ ଗଲାଣି। ସାନ ଭାଇ ସପ୍ତମ ଶ୍ରେଣୀରେ ପଢ଼ୁଛି। ସେମାନଙ୍କ ଭରଣ ପୋଷଣର ଦାୟିତ୍ୱ ମୋ ଉପରେ ରହିଛି। କରୋନା ପାଇଁ ଲକଡାଉନ୍‌ ଚାଲିଛି। ହେଲେ ସମସ୍ତଙ୍କୁ ବଞ୍ଚାଇ ରଖିବାର ଅଛି। ମାଆକୁ ମେଡିସିନ୍ ଯୋଗାଇ ଦେବାର ଅଛି। ଯେଉଁଥି ପାଇଁ ମୋର ଆର୍ଥିକ ସମ୍ୱଳ ନଥିବାରୁ କ’ଣ କରିବି ଚିନ୍ତା କରି ଶେଷରେ ଫଳ ଦୋକାନ ଦେଇଛି। କେବଳ ମୋ ଘର ଲୋକଙ୍କୁ ବଞ୍ଚାଇ ରଖିବା ଓ ସାହାଯ୍ୟ କରିବା ପାଇ ଦୋକାନ ଦେଇଛି। ଆମ ବରିଷ୍ଠ କଳାକାରମାନେ ସରକାରଙ୍କୁ ଭେଟିଥିଲେ। ହେଲେ ଏପର୍ଯ୍ୟନ୍ତ ସରାକାରଙ୍କ ପକ୍ଷରୁ କୌଣସି ସୁବିଧା ଆମ ପାଖରେ ପହଞ୍ଚି ନାହିଁ। ଭୁବନେଶ୍ୱର ପରି ଜାଗାରେ ଘର ଭଡ଼ାଠାରୁ ଆରମ୍ଭ କରି ଆମେ ସବୁ କିଣିଥାଉ। ”

ସେ ଆହୁରି କହିଛନ୍ତି,“ଜୁନ୍‌ ୧ରୁ ମୁଁ ଏଇ ଦୋକାନ ଆରମ୍ଭ କରିଛି। କଷ୍ଟେ ମଷ୍ଟେ ଆମେ ଏଥିରୁ ଚଳୁଛୁ। କିନ୍ତୁ ଜୀବିକା ନିର୍ବାହ  ହେଇ ପାରୁ ନାହିଁ। ଅଭିନେତା ସବ୍ୟସାଚୀ ମିଶ୍ର ମୋତେ ସାହାଯ୍ୟ ହାତର ବଢ଼ାଇଛନ୍ତି। ସେ ମୋତେ ଦୁଇ ମାସର ରାସନ୍, ମାଆଙ୍କ ମେଡିସିନ୍ ପାଇଁ କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି। କରୋନା କେତେ ଦିନ ରହିବ ମୁଁ କହିପାରିବିନି। ମୋର ମନରେ ବିଶ୍ୱାସ ରହିଛି ଦିନେ ନା ଦିନେ କରୋନା ହଟିବ, ପୁଣି ସବୁ କଳାକାର ରଙ୍ଗମଞ୍ଚକୁ ଫେରିବୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe