Advertisment

Rajya Sabha Elections: ସନ୍ତୃପ୍ତ ଓ ଦତ୍ତେଶ୍ୱରଙ୍କ ସଂପର୍କରେ ଆପଣ କ’ଣ ଜାଣନ୍ତି?

ଡାକ୍ତର ଦତ୍ତେଶ୍ବର ହୋତାଙ୍କର ଜଣେ ପ୍ରସିଦ୍ଧ ୟୁରୋଲୋଜିଷ୍ଟ (କିଡନୀ ଓ ମୂତ୍ର ରୋଗ ସର୍ଜନ) ଭାବେ ନାଁ ରହିଛି। ସେ ପୂର୍ବରୁ କଟକ ଏସସିବି ମେଡିକାଲ କଲେଜରେ ୟୁରୋଲୋଜି ବିଭାଗ ମୁଖ୍ୟ, ଡିନ୍ ଓ ପ୍ରିନସପାଲ ରହିଛନ୍ତି।

author-image
OR Desk
Santu

ସନ୍ତୃପ୍ତ ଓ ଦତ୍ତେଶ୍ୱର

ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଦଳର ନେତା ଡ. ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିଥିବା ବେଳେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିତ ପ୍ରାର୍ଥୀ (common candidate) ରୂପେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବି ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଛନ୍ତି। ଆସନ୍ତୁ ଜାଣିବା ଦୁଇ ପ୍ରାର୍ଥୀଙ୍କ ସଂପର୍କରେ…

Advertisment

ଡ. ସନ୍ତୃପ୍ତ ମିଶ୍ର 

ଡ. ସନ୍ତୃପ୍ତ ମିଶ୍ର ଏବେ ବିଜୁ ଜନତା ଦଳରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଅଛନ୍ତି। ଏଥିସହ 2024ରେ ସେ କର୍ପୋରେଟ୍ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳର ଜାତୀୟ ମୁଖପାତ୍ର କରାଯାଇଛି। 2024 ଲୋକସଭା ନିର୍ବାଚନରେ ସେ କଟକରୁ ପ୍ରତିଦ୍ବନ୍ଦ୍ବିତା କରି ହାରିଯାଇଥିଲେ ବି 482 କୋଟି ଟଙ୍କା ସମ୍ପତ୍ତିର ମାଲିକ ଭାବେ ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ଉଭା ହୋଇଥିଲେ। ତେବେ ସେ ନିର୍ବାଚନରେ ପ୍ରାୟ 57 ହଜାର ଭୋଟରେ ହାରିଯାଇଥିଲେ।

ସନ୍ତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପରୁ 2024ରେ CEO- Birla Carbon ପଦରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। କର୍ପୋରେଟ୍ ଓ ମାନବସମ୍ବଳ କ୍ଷେତ୍ରରେ ତାଙ୍କର ପ୍ରାୟ 3 ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଉତ୍କଳ ବିOଶ୍ବବିଦ୍ୟାଳୟରୁ ପବ୍ଲିକ୍ ଆଡିମିନିଷ୍ଟ୍ରେସନରେ ପିଏଚଡି କରିଥିବାବେଳେ ବ୍ରିଟେନର ଅଷ୍ଟନ୍ ବିଜନେସ ସ୍କୁଲରୁ ବି ଇଣ୍ଡଷ୍ଟ୍ରିଆଲ ରିଲେସନ୍ସରେ ପିଏଚଡି କରିଛନ୍ତି।

Advertisment

ଇଲୋକଟୋରାଲ ବଣ୍ଡରେ ବିଜେଡି(BjD) 944 କୋଟି ଟଙ୍କା ପାଇଥିବାବେଳେ ସନ୍ତୃପ୍ତଙ୍କ ପୂର୍ବ କମ୍ପାନୀ ଆଦିତ୍ୟ ବିର୍ଲା ଗ୍ରୁପ୍ ବିଜେଡିକୁ ସର୍ବାଧିକ 270 କୋଟି ଚାନ୍ଦା ଦେବା ଚର୍ଚ୍ଚାର ବିଷୟ ହୋଇଥିଲା।

ଡାକ୍ତର ଦତ୍ତେଶ୍ବର ହୋତା

ଡାକ୍ତର ଦତ୍ତେଶ୍ବର ହୋତାଙ୍କର ଜଣେ ପ୍ରସିଦ୍ଧ ୟୁରୋଲୋଜିଷ୍ଟ (କିଡନୀ ଓ ମୂତ୍ର ରୋଗ ସର୍ଜନ) ଭାବେ ନାଁ ରହିଛି। ସେ ପୂର୍ବରୁ କଟକ ଏସସିବି ମେଡିକାଲ କଲେଜରେ ୟୁରୋଲୋଜି ବିଭାଗ ମୁଖ୍ୟ, ଡିନ୍ ଓ ପ୍ରିନସପାଲ ରହିଛନ୍ତି। ଏସସିବିରୁ ସର୍ଜରୀରେ ମାଷ୍ଟର ଡିଗ୍ରୀ କରିବା ପରେ ସେ ଚଣ୍ଡୀଗଡ଼ Postgraduate Institute of Medical Education & Research-PGIMER)ରୁ ୟୁରୋଲୋଜିରେ ସୁପର ସ୍ପେଶିଆଲିଟି କୋର୍ସ- MCh କରିଛନ୍ତି। ରାଜ୍ୟରେ 2023ରେ ପ୍ରଥମେ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (Odisha University of Health Sciences-OUHS) ଖୋଲିବାବେଳେ ସେ ବର୍ଷକ ପାଇଁ ଏହାର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ଗୋଟିଏ ଟ୍ରଷ୍ଟ ଗଢ଼ି ଦୁର୍ଗମ ଅଞ୍ଚଳରେ ଶତାଧିକ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି।

ତେବେ 2018ରେ ଡାକ୍ତର ହୋତା ଏସସିବିରେ ୟୁରୋଲୋଜି ବିଭାଗ ମୁଖ୍ୟ ଥିବାବେଳେ ପିଜି ଛାତ୍ରଙ୍କୁ ତାଙ୍କ ଘରୋଇ କ୍ଲିନିକରେ କାମ କରିବାକୁ ବାଧ୍ୟ କରିବା ଅଭିଯୋଗ ଆଣିଥିଲେ 10ଜଣ ପିଜି ଛାତ୍ର। ଏଭଳି ନକଲେ ପରୀକ୍ଷାରେ ଫେଲ୍ କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହାଇକୋର୍ଟ ପର୍ଯ୍ୟନ୍ତ ଆସିଥିଲା। ସେଥିପାଇଁ ଓଡ଼ିଶା ହାଇକୋର୍ଟ ତାଙ୍କୁ ପରୀକ୍ଷା ପରିଚାଳନାରୁ ହଟାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଡାକ୍ତର ହୋତା କେବଳ ଜଣେ ଚିକିତ୍ସକ ନୁହନ୍ତି, ଜଣେ ଭଜନ ଗାୟକ। ତାଙ୍କର ଅନେକ ଭଜନ ଲୋକପ୍ରିୟ ହୋଇଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

BjD