Advertisment

ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୧ ତାରିଖରେ ପଡ଼ୁଛି ନୂଆଖାଇ। ଏହି ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଖାଇ ଉପଲକ୍ଷେ ଦୁଇ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ

Bank

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୧ ତାରିଖରେ ପଡ଼ୁଛି ନୂଆଖାଇ। ଏହି ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଖାଇ ଉପଲକ୍ଷେ ଦୁଇ ଦିନ ଲୋକାଲ୍ ହଲିଡେ ବା ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।

ଅନ୍ୟପକ୍ଷରେ ନୂଆଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିବା ବେଳେ ଗାଁ ଓ ସହରରେ ଘରେ ଘରେ ଲୋକେ ନୂଆଖାଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

Advertisment