Advertisment

‘ତଦନ୍ତ ହେଲେ ସସ୍‌ପେଣ୍ଡ ହେବେ ୩୧୪ ବିଡିଓ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକମାତ୍ର ପ୍ରଦେଶ ଯେଉଁଠି ୧୦୦ରୁ ୧୦୦ ପ୍ରତିଶତ ଏମଜିଏନଆରଇଜିଏସ୍‌ କାମ ମେସିନ ଦ୍ୱାରା ହେଉଛି। ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ।  ୪୦ % କାମ୍‌ର ଫଲ୍ସ ବିଲ୍‌ କରାଯାଇଛି। ବାସ୍ତବିକ ତଦନ୍ତ କରାଗଲେ, ୩୧୪ ବ୍ଲକର ବିଡିଓ ସସ୍‌ପେଣ୍ଡ ହେବେ। କେବଳ ସେତିକି ନୁହେଁ, ଅଢେଇ ହଜାର ଜିଆରଏସ୍‌, ୫ ହଜାର ଜେଇ ମଧ୍ୟ  ସସ୍‌ପେଣ୍ଡ ହେବେ। ରାଜ୍ୟ ସରକାରଙ୍କ ଉପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଗର୍ଜିଛନ୍ତି  […]

author-image
Niharika Rout
ଅଦ୍ୟତନ ହୋଇଛି
'କଳାହାଣ୍ଡିରେ ଫ୍ୟାନ୍ ଫେୟାର୍ ବଦଳରେ ରାଜଧାନୀରେ ବସି ମମିତା ହତ୍ୟାକାରୀଙ୍କୁ ଦଣ୍ଡ ଦିଅନ୍ତୁ ମୁଖ୍ୟମନ୍ତ୍ରୀ'

Bjp Leader Prithviraj Harichandan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକମାତ୍ର ପ୍ରଦେଶ ଯେଉଁଠି ୧୦୦ରୁ ୧୦୦ ପ୍ରତିଶତ ଏମଜିଏନଆରଇଜିଏସ୍‌ କାମ ମେସିନ ଦ୍ୱାରା ହେଉଛି। ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ।  ୪୦ % କାମ୍‌ର ଫଲ୍ସ ବିଲ୍‌ କରାଯାଇଛି। ବାସ୍ତବିକ ତଦନ୍ତ କରାଗଲେ, ୩୧୪ ବ୍ଲକର ବିଡିଓ ସସ୍‌ପେଣ୍ଡ ହେବେ। କେବଳ ସେତିକି ନୁହେଁ, ଅଢେଇ ହଜାର ଜିଆରଏସ୍‌, ୫ ହଜାର ଜେଇ ମଧ୍ୟ  ସସ୍‌ପେଣ୍ଡ ହେବେ। ରାଜ୍ୟ ସରକାରଙ୍କ ଉପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଗର୍ଜିଛନ୍ତି  ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ବିଜେପି ରାଜ୍ୟ ସାଧାରଣ ସଂପାଦକ ଆଣିଥିବା ଅଭିଯୋଗ ଅନୁଯାୟୀ, ଦାଦନ ଦୁର୍ଦ୍ଦଶା ରୋକିବାକୁ ଏମଜିଏନଆରଇଜିଏସ୍‌ରେ ବ୍ୟାପକ ଅର୍ଥ ଦେଉଛନ୍ତି କେନ୍ଦ୍ର ସରକାର ।  ହେଲେ ରାଜ୍ୟ ସରକାର ଗରୀବଙ୍କ ପେଟକୁ ଗୋଇଠା ମାରି ତାହାକୁ ଚଳୁ କରୁଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଦେଇଛନ୍ତି। ୨୦୨୦-୨୧ରେ ରାଜ୍ୟକୁ  ୪୪୩୬ କୋଟି ଦିଆଯାଇଛି। କିନ୍ତୁ କାମଧନ୍ଦା ନ ପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କେଉଁଠାରେ ବି ମନରେଗା କାମ ଲୋକ କରୁନାହାନ୍ତି,  ଶତପ୍ରତିଶତ କାମ ଜେସିବି କରୁଛି    ।

ସୂଚନାଯୋଗ୍ୟ, ରୋଜଗାରକ୍ଷମ ହୋଇପାରି ନ ଥିବା ଗ୍ରାମାଞ୍ଚଳ ଲୋକଙ୍କୁ  ପ୍ରତି ବର୍ଷ  ଶ୍ରମ ଦାନ କରାଯିବା ନିମନ୍ତେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରାଯାଇଛି। ଏହାଦ୍ୱାରା ପରିବାର ନିକଟରେ ରହି ବି ସେମାନଙ୍କ ପରିବାର ଚଳିପାରିବ ଓ ବାହାରକୁ  ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ।

Advertisment

ଗତ ବର୍ଷ କରୋନା ସମୟରେ ଯେଉଁମାନେ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ, ଅକଥନୀୟ ଯନ୍ତ୍ରଣା ଭୋଗି ନିଜ ରାଜ୍ୟକୁ ଫେରିଲେ। ଏହାକୁ ଆଖି ଆଗରେ ରଖି ଲୋକେ ଯେପରି ନିଜ ଅଞ୍ଚଳରେ କାମ ପାଇବେ, ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ସେଥିନିମନ୍ତେ କେନ୍ଦ୍ର ବ୍ୟାପକ ଅର୍ଥ ବିନିଯୋଗ କରିଛନ୍ତି।  ଗତ ବର୍ଷ ରାଜ୍ୟକୁ  ୪୪୩୬ କୋଟି ଦିଆଯାଇଛି।   କିନ୍ତୁ ଦୁର୍ଭାଗ୍ୟର କଥା ଗରୀବ ଲୋକ ଏଠାରେ କାମ ପାଉ ନାହିଁ।  ରାଜ୍ୟ ସରକାରଙ୍କର ନୈତିକ ଦାୟିତ୍ୱ ବୋଲି କିଛି ନାହିଁ ।

ଏନଆରଇଜିଏସ୍‌ର ପ୍ରକୃତ ହିତାଧିକାରୀ ଗରୀବ ଲୋକ ନା ବିଜେଡ଼ିର ନେତା, ବଡ଼ପଣ୍ଡା ତାହା ବୁଝାପଡ଼ୁ ନାହିଁ ବୋଲି କହିଛନ୍ତି ବିଜେପି ନେତା ହରିଚନ୍ଦନ। ଏଥିସହ ରାଜ୍ୟ ସରକାରଙ୍କ କିଛି କେଳାଙ୍କାରୀର ଫର୍ଦ୍ଧ ଓଲଟାଇ କହିଛନ୍ତି,  କଟକ ଜିଲ୍ଲା ବାଙ୍କି ଡମପଡ଼ା ବ୍ଲକର ଜଣେ ମହିଳା ସରପଞ୍ଚଙ୍କ  ପରିବାରର ୬ ଜଣ ହେଉଛନ୍ତି ଜବକାର୍ଡ ହୋଲଡୋର। ଏହି ପରିବାରର ୨ଟି ସୁରମ୍ୟ ଅଟ୍ଟାଳିକା, ୩,୪ଟି ଗାଡ଼ି ରହିଛି। ଏହାସହ ପରିବାର ସହ ସରପଞ୍ଚ ବିଦେଶ ଗସ୍ତ କରିଛନ୍ତି। ସରପଞ୍ଚଙ୍କ ଶାଶୁଙ୍କ ନାଁରେ ୩ଟି ଗାଡ଼ି ଅଛି। ତାଙ୍କ ଶ୍ୱଶୁର ସେ ଅଞ୍ଚଳର କଣ୍ଟ୍ରୋଲ ଡିଲର। ସରପଞ୍ଚଙ୍କ ସ୍ୱାମୀ ଡମପଡ଼ା ବ୍ଳକର ବିଜୁ ଜନତା ଦଳର ସଭାପତି।   ପଞ୍ଚାୟତର ଭେଣ୍ଡର ହେଉଛନ୍ତି ତାଙ୍କ ସ୍ୱାମୀ।  ଏପରି ଜୀବନ ବଞ୍ଚୁଥିବା ଲୋକ କାର୍ଡ ହୋଲଡର ହେଲେ ସାଧାରଣ ଲୋକ କ’ଣ  ଉପାସରେ ମରିବେ ବୋଲି ପ୍ରଶ୍ନ କରିଛନ୍ତି ହରିଚନ୍ଦନ।

[caption id="attachment_663697" align="aligncenter" width="650"]bjp leaders ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେପି ନେତୃବୃନ୍ଦ।[/caption]

ଏଥିସହ କହିଛନ୍ତି, ସାଧାରଣ ଲୋକଙ୍କ ପେଟରେ ଗୋଇଠା ମାରି, ଆଖିରେ ଆଙ୍ଗୁଠି ଗେଞ୍ଜି କିପରି ଚୋରି କରାଯାଇପାରେ ତାହା ବିଜେଡିକୁ ଭଲ ଭାବେ ଜଣା। ମେସିନ ଲାଗି, ଜେସିବି, ରୋଲର ଲାଗି ବିଭିନ୍ନ କାମ ହେଉଛି, ବହୁ ସ୍ଥାନରେ ପୋଖରୀ ନ ଥାଇ, ରାସ୍ତାରେ ମୋରମ ନ ପଡ଼ି ବି ବିଲ୍‌ ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅରଖପୁର ପଞ୍ଚାୟତରେ ମହାବନ୍ଧ ତିଆରି ପାଇଁ ୫,୪୫,୯୫୨ ଟଙ୍କାର ଅଟକଳ ହୋଇଛି। ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ ପାଇଁ ବିଲ୍‌ ହୋଇଛି। ଫଳକ  ହୋଇଛି କିନ୍ତୁ କାମ ହୋଇନି। ପ୍ରଶାସନିକ ଅଧିକାରୀଙ୍କୁ  ଅବଗତ କରାଯିବା ସତ୍ତ୍ୱେ ସେ ପ୍ରକୃତ ସତ୍ୟ ବୁଝିବା ପରିବର୍ତ୍ତେ ସେ ଧମକଚମକ ଦେବା ଆରମ୍ଭ କଲେ।

୨୦୧୯ରେ ରଞ୍ଜନ ପାତ୍ର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ  ତାଙ୍କ ନାଁ ମଷ୍ଟର ରୋଲରେ ଚଢ଼ିଛି ଓ ଟଙ୍କା ବି ଉଠିଛି।

ଏହାବାଦା ପୋଲସରା ବ୍ଲକର ଧୁଙ୍କାପଡ଼ା ପଞ୍ଚାୟତରେ ରହିଛି ଆଦର୍ଶ ପୋଖରୀ ବଡ଼ ବନ୍ଧ । ଫଳକ ଲାଗିଛି କିନ୍ତୁ କାମ ହୋଇନି। ୧୦ ଲକ୍ଷ ଟଙ୍କାର ଅଟକଳ ଦେଖାଇ ଚଞ୍ଚକତା ହୋଇଛି।  ଖଲ୍ଲିକୋଟ ବ୍ଲକର ଏକ ପୋଖରୀ ପାଇଁ ୧୫ ଲକ୍ଷ ଖର୍ଚ୍ଚ ପରେ ବି ପୋଖରୀ ଅବସ୍ଥା ଯାହା ତାହା ରହିଛି।

ରାଜ୍ୟ ସରକାର ଗରୀବଙ୍କ ପେଟକୁ ଗୋଇଠା ମାରିବାରେ ବ୍ୟସ୍ତ ଥିବା ବେଳେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ।   କେନ୍ଦ୍ର ସରକାରଙ୍କ ପଇସା ହଡ଼ପ କରିବାକୁ ଉଦ୍ୟମ କରାଗଲେ ତାକୁ ବିରୋଧ କରାଯିବ।  ଏଭଳି ୩୧୪ ବ୍ଲକର ୩୧୪ ନମୁନା ସଂଗ୍ରହ କରି ରାଜ୍ୟପାଳଙ୍କୁ ଭେଟିବୁ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟିବୁ। କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ହରିଚନ୍ଦନ ।

ଗରୀବଙ୍କ ପେଟକୁ ଗୋଇଠା ମାରୁଥିବା ସରକାର ଯେକି ଦୁର୍ନୀତିରେ ଶତ ପ୍ରତିଶତ ଫସିଛନ୍ତି, ଗରୀବଙ୍କ ପଇସା ଖାଇବାକୁ ବସିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ , ସିବିଆଇ ତଦନ୍ତ ଦାବି କରିବୁ ବୋଲି ଜଣାଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

State Bjp Corruption