Advertisment

ପେପର ଲେସ୍‌ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍‌ କୋର୍ଟ

କଟକ (ଓଡ଼ିଶା ରିପୋର୍ଟର): ଏଣିକି ନଥିପତ୍ରର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲା ଜଜ୍‌ କୋର୍ଟକୁ ପେପର୍‌ ଲେସ୍‌ (କାଗଜମୁକ୍ତ) କରିବା ପାଇଁ ଯୋଜନାର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ। ପେପର୍‌ ଲେସ୍‌ ବ୍ୟବସ୍ଥା ଦ୍ୱାରା ଅଦାଲତର ସମୟ ବଞ୍ଚିବ, ମହକିଲ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଓ ଆଇନଜୀବୀମାନେ ଉପକୃତ ହେବେ ବୋଲି କହିଛନ୍ତି ଚିଫ୍‌ ଜଷ୍ଟିସ୍‌ ଉଦୟ ଉମେଶ ଲଳିତ। […]

author-image
Manoranjan Sial
ପେପର ଲେସ୍‌ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍‌ କୋର୍ଟ

Cuttack

କଟକ (ଓଡ଼ିଶା ରିପୋର୍ଟର): ଏଣିକି ନଥିପତ୍ରର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲା ଜଜ୍‌ କୋର୍ଟକୁ ପେପର୍‌ ଲେସ୍‌ (କାଗଜମୁକ୍ତ) କରିବା ପାଇଁ ଯୋଜନାର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ। ପେପର୍‌ ଲେସ୍‌ ବ୍ୟବସ୍ଥା ଦ୍ୱାରା ଅଦାଲତର ସମୟ ବଞ୍ଚିବ, ମହକିଲ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଓ ଆଇନଜୀବୀମାନେ ଉପକୃତ ହେବେ ବୋଲି କହିଛନ୍ତି ଚିଫ୍‌ ଜଷ୍ଟିସ୍‌ ଉଦୟ ଉମେଶ ଲଳିତ।

Advertisment

କଟକ ସ୍ଥିତ ଜୁଡିସିଆଲ୍‌ ଏକାଡେମୀ ପରିସରରେ ଏଥିପାଇଁ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡି.ଓ୍ୱାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍‌. ମୂରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ୍‌ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟ ସ୍ଥାପନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ପ୍ରଚଳନ କରାଯାଇଛି।

କଟକ କାର୍ଯ୍ୟକ୍ରମ ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉମେଶ ଲଳିତ ଓ ତାଙ୍କ ପତ୍ନୀ ଅମିତା ଉଦୟ ଲଳିତ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Advertisment