ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିବ। ବାହାନଗା ବାସୀ, ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ। ବାହାନଗା ହାଇସ୍କୁଲ ପାଖ ପଡିଆରେ ଏହି କାର୍ଯ୍ୟକ୍ରମ ଛାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।